ରାସ୍ତା କଡ଼ରୁ ହଟିଲେ ବ୍ୟବସାୟୀ : ଟ୍ରାଫିକ ସମସ୍ୟା ରୁ ତ୍ରାହି ପାଇଲେ ଜନସାଧାରଣ

Udaya_Labanya | August 16, 2021 | 16 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବଜାର ଉପରେ ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତ ସମେତ ସୀମାନ୍ତ ବର୍ତ୍ତି ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ୪ଟି ପଞ୍ଚାୟତ ସହିତ ପ୍ରାୟ ୧୨ ରୁ ଅଧିକ ପଞ୍ଚାୟତ ବାସୀ ନିର୍ଭର କରି ଆସୁଅଛନ୍ତି। ବ୍ରାହ୍ମଣୀଗାଁରେ ସୋମବାରଦିନ ସାପ୍ତାହିକ ହାଟ ବସୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବ୍ରାହ୍ମଣୀଗାଁ ବଜାରରେ ପ୍ରବଳ ଭିଡ ଜମେ। ବଜାର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ କିଛି ହାଟ ବ୍ୟବସାୟୀ ପସରା ମେଲି ବସୁଥିଲେ। ଯାହାରି ଫଳରେ ମୋଟର ସାଇକେଲ, ଅଟୋ, ଚାରିଚକିଆ ଯାନ ସହିତ ଯାତ୍ରୀବାହୀ ବସ ଚଳାଚଳରେ ବାଧା ଉପୁଜୁଥିବା ସହିତ ଦୁର୍ଘଟଣାକୁ ଏଡାଇବା ପାଇଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ହାଟ ବେପାରୀ ରାସ୍ତା କଡରେ ନବସି ହାଟ ପଡ଼ିଆରେ ନିଜ ନିଜର ଦୋକାନ ଖୋଲି ବ୍ୟବସାୟ କରିଥିଲେ। ଯାହାରି ଫଳରେ ବଜାର ରାସ୍ତାରେ ଲୋକଙ୍କ ଭିଡ଼ କମିଥିଲା। ଥାନା ଅଧିକାରୀଙ୍କ ଏହି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories