ଶ୍ରାବଣ ସରିବାକୁ ବସିଲାଣି, ବର୍ଷାର ଦେଖାନାହିଁ, ଜମି ଫାଟି ଆଁ

Udaya_Labanya | August 16, 2021 | 27 views |0 | Breaking News


ଫୁଲ ବାଣୀ-୧୪/୮(ସୁନୀଲ ପଟନାୟକ)
ଶ୍ରାବଣ ସହିବାକୁ ବସିଲାଣି। ବର୍ଷାର ଦେଖାନାହିଁ। ଜମି ଫାଟି ଆଁ କଲାଣି ।
କନ୍ଧମାଳଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । କଣ କରିବ କଣ ନାହିଁ ସେ ଚିନ୍ତାଘାରିଛି। ଜିଲ୍ଲାର ଜିଉ ଦ ୟଗିରି ଠୁ ଆରମ୍ଭ କରି ଖଜୁରୀପଡ଼ା,ବ।ଲି ଗୁଡ଼ା ଆଦି ସବୁ ସ୍ଥାନରେ ବର୍ଷ । ଭାବ ଯୋଗୁଁ ଜମି ସବୁ ଅନେକ ସ୍ଥାନରେ ଫାଟି ଆଁ କଲାଣି ।
ଧାନ ତଳି ମାନ ମଧ୍ୟ ଶୁଖିନଷ୍ଟ ହେବାକୁ ବସି ଲା ଣି । ତେବେ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠି କିନ୍ତୁ ବର୍ଷା ପରିମାଣ ଠିକ ଅଛି ଚାଷରେ ସେଭଳି କିଛି ଅସୁବିଧ । ହେବନାହିଁ ବୋଲି କହୁଛନ୍ତି ।କନ୍ଧମାଳ ଜିଲ୍ଲାରେ ମୋଟ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷ ଜମି ରହିଛି ।
ସେଥିମଧ୍ୟରୁ ଜିଲ୍ଲାର ପ୍ରତିବର୍ଷ୫୦ ହଜାର ହେକ୍ଟର ଚାଷଜମିରେ ଧାନଚାଷ ହେଉଥିବାବେଳେ ଚଳିତ ବର୍ଷ ସରକାର ଧାନ ଚାଷ କମାଇ୩୭ହଜାର ୫୦ ହେକ୍ଟର ଧାର୍ଯ୍ୟକରିଛନ୍ତି ।
ତେବେ ସେଥିମଧ୍ୟରୁ ୨୨ ହଜାର ହେକ୍ଟର ଜମିରେ ଧାନରୁ ଆ ହୋଇଥିବାବେଳେ ୧୫ହଜାର ହେକ୍ଟର ଜମିରେ ଧାନରୁଆ ହୋଇ ନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଶତପଥି । ତେବେ ଆଗାମୀ ୨୦ତାରିଖ ମଧ୍ୟରେ କିଛି ବର୍ଷା ହୋଇଗଲେ ବାକି ଧାନ ତଳି ସବୁ ରୁଆ ହୋଇପାରିବ । ଆସନ୍ତାସପ୍ତାହକମଧ୍ୟରେ ବର୍ଷା ନ ହେଲେ ଧାନଚାଷ କିଛି ପରିମାଣରେ କ୍ଷତି ହେବା ଆଶଙ୍କା ରହିଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶତପଥି କହିଛନ୍ତି ।
ସେହିପରି ଚାଷୀମାନେ ମଧ୍ୟ ବର୍ଷାକୁ ଅନାଇ ରହିଛନ୍ତି ।
କେହି କେହି ଭାର କିମ୍ବା ମାଠିଆରେ ଦୁରରୁ ପାଣି ଆଣି ତଳିରେ ପକାଉଥିବା ଦେଖିବାକୁ ମିଳିଛି।
ଜିଲ୍ଲାରେ ଜଳସେଚନ ସୁବିଧାବିଶେଷ ନ ଥିବାବେଳେ ଏପଟେ ବର୍ଷା ପରିମାଣ ମଧ୍ୟ କମ ରହିଛି । ଆଗକୁ ବର୍ଷା ନ ହେଲେ ଧାନଚାଷ କିଭଳି ହେବ ତାକୁ ନେଇ ଚିନ୍ତାରେ ଚାଷୀ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories