#Breaking News

କଂଗ୍ରେସ କାର୍ଯ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳିତ


ଆଠଗଡ(ଉଲାପ୍ର)ଦେଶର ୭୫ତମ ସ୍ବାଧିନତା ଦିବସ ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ମହା ସମାରୋହରେ ପାଳିତ ହୋଇଯାଇଛି।ଆଠଗଡର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ଉଦବୋଧନ ଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ,ଡିଜେଲ,ଗ୍ୟାସ ଆଦିର ଅହେତୁକ ତଥା ଉତ୍କଟ ମୂଲ୍ୟ ବୃଦ୍ଧିରେ ରାଜ୍ୟବାସୀ ଏବେ ପ୍ରଭାବିତ।ଏଥି ଯୋଗୁଁ ସମସ୍ତ ଖାଉଟି ସାମଗ୍ରୀର ଦରଦାମ ବଢ଼ି ଯାଇଛି।ଏହାଦ୍ବାରା ଖାଉଟି ଏବେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ହା ହୁତାଶ୍ର ରେ ଜୀବନ

ଅତିବାହିତ କରୁଛନ୍ତି। ଅପରପକ୍ଷେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କଳା ଶାସନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଲୋକମାନେ ଅତିଷ୍ଠ ହୋଇ ପଡିଛନ୍ତି।କଂଗ୍ରେସ ସରକାର ବେଳେ ଆଠଗଡରେ ଗଢି ଉଠିଥିବା ସୂତାକଳ ଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର, କଳତନ୍ତ୍(ପାୱାର ଲୁମ),ରଙ୍ଗ କାରଖାନା ଆଦିକୁ ବନ୍ଦ୍ କରି ଦିଆଯାଇ ଲୋକ ମାନଙ୍କୁ ବେରୋଜଗାରି କରି ଦିଆ ଯାଇଛି। ଫଳରେ ଲୋକ ମାନେ କାମ ଧନ୍ଦା ତଥା ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। କଂଗ୍ରେସ ହିଁ ସୁଶାସ ନ ଦେବାସହ ରାଜ୍ୟ ତଥା ଦେଶର ବିକାଶ ଘଟାଇ ଥାଏ ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ରାଜ୍ୟରେ ହୋଇଥିବା ହୀରାକୁଦ ବନ୍ଧ ଠାରୁ ଆରମ୍ଭ କରି ପାରାଦୀପ ବନ୍ଦର ସମେତ ରାଜ୍ୟରେ ହୋଇଥିବା ଚିନିକଳ,ସୂତାକଳ,ନାଲକୋ ଆଦି ବଡ ବଡ କଳ କାରଖାନା ସବୁ କଂଗ୍ରେସର ଅବଦାନ ବୋଲି ସେ କହିଥିଲେ। ମାତ୍ର ଅଣ କଂଗ୍ରେସ ସରକାର ଆସିବା ପରଠାରୁ ଗୋଟିକ ପରେ ଗୋଟିଏ କଳ କାରଖାନା କୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ।କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହିସବୁ କଳ କାରଖାନାର ପୁନରୁଦ୍ଧାର କରାଯିବ ବୋଲି ସେ କହିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *