#Breaking News

ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ମନ୍ଦିର ପ୍ରାଙ୍ଗଣ ରେ ଝୁଲଣ ପର୍ବ ପାଳିତ


ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଝୁଲଣ ପର୍ବ ପାଳିତ ହୋଇଯାଇଛି । ଆସନ୍ତା କାଲି ଅଧିବାସ ପର୍ବ ପାଳିତ ହୋଇଥିଲା । ସଂଧ୍ୟା ଆଳତି ପରେ ଠାକୁରଙ୍କୁ ଝୁଲଣ ବେଦୀକୁ ବିଜେ କରାଯାଇ ସେଠାରେ ପୁଜାର୍ଚନା, ଆଳତି, ବିଭିନ୍ନ ପ୍ରକାରର ମିଠା ଓ ଫଳ ଭୋଗ ଲାଗିକରାଯାଇଥିଲା । ଏହା ଦୀର୍ଘ 5ଦିନ ଲାଗି ଚାଲୁ ରହିବ ।ପୂଜକ ଶ୍ରୀବସ୍ଛ ମିଶ୍ରଙ୍କ, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ଜିମାଦାର ବସନ୍ତ ରଥଙ୍କ ଦତ୍ୱବାଧାନରେ ଏହି ଝୁଲଣ ପର୍ବ ପାଳିତ ହୋଇଯାଇଥିଲା ।

Leave a comment

Your email address will not be published. Required fields are marked *