#Breaking News

ବଇଡା ପଦରସାହିର ଶ୍ରୀନିବାସ ହତ୍ୟା କାରୀକୁ ଛମାସ ହେଲା ଗିରଫ ନ କରିବାରୁ ଏସପିଙ୍କୁ ଭେଟିଲେ ଗ୍ରାମବାସୀ


ଫୁଲବାଣୀ- ୧୯/୮(ସୁନୀଲପଟନାୟକ).
ଗତ ଫେବୃଆରୀ୧୬ତାରିଖରେ ବଇଡା ପଦର ସାହିର ଶ୍ରୀନିବାସ କହଁର ଖଜୁରୀପଡା ବଡଭୂଇଁ ଭୋଜି ଖାଇବାକୁ ଯାଇଥିଲା ବେଳେ ସେଠାରେ କେତେ ଜଣ ଲୋକ ତାକୁ ନିସ୍ତୁକ ମାଡ ମାରିବାରୁ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିଲା। ବାଡେଇଥିବା ଲୋକଙ୍କ ନାମ ମୃତକାଳୀନ ଜମାନ ବନ୍ଦୀରେ ପୋଲିସକୁ କହିଛି। ହେଲେ ୨୮/୨୦୨୧ରେ କେସ ରୁଜୁ ହୋଇଥିଲେ ହେଁ ପୋଲିସ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବାରୁ ବଇଡା ଗ୍ରାମବାସୀ କନ୍ଧମାଳ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରି ତୁରନ୍ତ ହତ୍ୟା କାରୀକୁ ଗିରଫ କରିବାକୁ ଦାବି କରିଛନ୍ତି,ନୋଚେତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଇତି ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ବେଳେ ପନ୍ଦର ଦିନରେ କାର୍ଯାନୁଷ୍ଠାନ ନିଆଯିବ କହିଥିଲେ।କିନ୍ତୁ କିଛି ଅଗ୍ରଗତି ନ ହେବାରୁ ଏସପିଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବ ଇଡା ଗ୍ରାମବାସୀ।ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନି ବିହାରୀ ବେହେରାଙ୍କୁ ସାକ୍ଷାତ କରି ପୋଲିସର ଶିଥିଳତା ଉପରେ ଜଣାଇଥିଲେ।ବର୍ତ୍ତମାନ ସୁଦ୍ଧା ପ୍ରକୃତ ପ୍ରତ୍ୟକ୍ଷ ସାଖି ଆସି କହିବାରେ ବିଳମ୍ବ ହେତୁ ଗିରଫ ବିଳମ୍ବ ହେଉଥିବା କହିଥିଲେ। କିନ୍ତୁ ତୁରନ୍ତ ହତ୍ୟା କାରୀକୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିବା ସହ ଖଜୁରୀପଡା ପୋଲିସ କୁ କେସ ତ୍ୱରାନ୍ୱିତ କରିବାକୁ କହିଥିଲେ।ଏବଂ ତୁରନ୍ତ କାର୍ଯାନୁଷ୍ଠାନ ତ୍ୱରାନ୍ୱିତ ନିଆଯିବ ବୋଲି ଖଜୁରୀପଡା ଆଇଆଇସି ସୂଚନା ଦେଇ ଜନସାଧାରଣ ସହଯୋଗ ଆଶା କରିଛନ୍ତି।

Leave a comment

Your email address will not be published. Required fields are marked *