କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ

Udaya_Labanya | August 20, 2021 | 22 views |0 | Breaking News


ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡିଆ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ ହୋଇଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ ୧୬ ଗୋଟି ଟିମକୁ ନେଇ ମ୍ୟାଚ ଆୟୋଜନ ହୋଇଛି । ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଦାରିଙ୍ଗବାଡ଼ି ଓ ଅନ୍ତର୍ଗତ ଗସୁକିଆ ଦଳ ମଧ୍ୟରେ ଖେଳ ହୋଇଥିଲା । ଏହି ମ୍ୟାଚରେ ଦାରିଙ୍ଗବାଡ଼ି ଗୋଟିଏ ଗୋଲ କରିଥିବା ବେଳେ ଗସୁକିଆ ୩ଟି ଗୋଲ କରି ବିଜୟ ହାସଲ କରିଥିଲା । ଦ୍ଵିତୀୟ ମ୍ୟାଚରେ ରାଇକିଆ ଓ କ.ନୂଆଗାଁ ମଧ୍ୟରେ ମ୍ୟାଚ ରହିଥିବା ବେଳେ ରାଇକିଆ ଟିମ ନଆସିବାରୁ ନୂଆଗାଁ ଟିମକୁ ବିଜୟ(ବାଇ) ଘୋଷଣା କରାଯାଇଥିଲା । ଏହି ମ୍ୟାଚ ୧୦ ଦିନ ଧରି ଚାଲିବ ଅର୍ଥାତ ୨୯ ତାରିଖ ଦିନ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ କୁ କମିଟିର କର୍ମକର୍ତ୍ତା ଜଗନ୍ନାଥ ନାୟକ, ପ୍ରଭାସ ସାହୁ, ଅମର ନାୟକ(ତୋଫାନ), ମାଥ୍ୟାସ ପ୍ରଧାନ, ହୃଷୀକେଶ ବେହେରା, ବୁନୁ ନାୟକ,ଜହନ ନାୟକ,ସିଦ୍ଧାନ୍ତ ପ୍ରଧାନ,ପିନସ ପ୍ରଧାନ,ଦସୁ ନାୟକ,ପିଇଟି ଶିକ୍ଷକ ସାମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories