#Breaking News

ଢେଙ୍କାନାଳ ଜିଲ୍ଲାର କିକ୍ ବକ୍ସିଙ୍କୁ ଦଳର ଗୋଆ ଯାତ୍ରାରେ ପ୍ରତିନିଧୁତ୍ବ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଆସିଲା ପରେ ପ୍ରଥମ ଥର ପାଇଁ ଢେଙ୍କାନାଳ ଜିଲ୍ଲାର କିକ୍ ବକ୍ତିଙ୍ଗ୍ ଦଳରେ ୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଖେଳାଳୀ ନେଇ ଗଠିତ ଦଳ ଆଜି ସକାଳ ୧୦ଟା ସମୟରେ ଦେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଅନ୍ୟତମ ସମ୍ମାନୀତ ଅତିତ୍ ଶ୍ରୀ ବିଭୂତି ଭୂଷଣ ନାୟକ , ଆଇ.ଏ.ଏସ୍ , ଟ୍ରେନି ଙ୍କ ସହ ସ୍ଥାନୀୟ ସରକିଟ୍ ହାଉସ୍ ପ୍ରାଙ୍ଗଣରେ ଶୁଭେଚ୍ଛା ସହ ବିଦାୟ ଦେଇଥିଲେ । ଜାତୀୟ ସ୍ତରରେ ଏହିଭଳି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ବଦ୍ଧ ଏବଂ ପ୍ରତିଯୋଗିତାରେ ଫେରିଲା ପରେ ଦଳକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯିବା ନିମନ୍ତେ ପ୍ରକାଶ କରିଥିଲେ । ଜିଲ୍ଲା ଦଳରେ ମହିଳା ବିଭାଗରେ କୀର୍ତିରାଣୀ ସାହୁ , ବବି ପ୍ରତିହାରୀ , ଲକି ବିଶ୍ବାସ ଏବଂ ପୁରୁଷ ବିଭାଗରେ ମିହିର କୁମାର ସାହୁ , ମାନସ ରଞ୍ଜନ ଅମାତ , ଦୁଲ୍ଲାରାମ ହାସଦା ଏବଂ ରୂପେନ୍ଦ୍ର ମାରାଣ୍ଡି ଆକ୍ ଇଣ୍ଡିଆ ସିନିୟର ଓ ମାଷ୍ଟର ଜାତୀୟ କ୍ରିକ ବକ୍ସିଙ୍କ ବୟାନ ସିପ୍ ୨୬ ଠାରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ୨୦୨୧ ବ୍ୟାଡମିଂଟନ ହଲ , ପେଦାମ କ୍ରୀଡା ପରିସରରେ କରତା , ମାପୁସା , ଗୋଆଠାରେ ଯୋଗଦାନ ନିମନ୍ତେ ଆସନ୍ତା ୨୪ ତାରିଖରେ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଦିପ୍ତ କୁମାର ମହାନ୍ତି ଏବଂ ଶ୍ରୀ ସନ୍ତୋଷ କୁମାର ପରିଡ଼ା କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

Leave a comment

Your email address will not be published. Required fields are marked *