ରାଜ୍ୟ ସରକାରଙ୍କ ୨୭% ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ: ଓବିସି ସୁରକ୍ଷା ମଂଚ

Udaya_Labanya | August 20, 2021 | 39 views |0 | Breaking News


ବରଗଡ଼:୨୦/୮(ସତ୍ୟ ନାରାୟଣ ପ୍ରଧାନ)
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜ୍ୟ ସରକାର ଘୋଷଣା କରିଥିବା ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ପ୍ରସ୍ତାବକୁ ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଂଚ ପ୍ରତ୍ୟାଖ୍ୟାନ କରୁଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମ°ଚର ଉପସ୍ଥିତ କର୍ମକର୍ତ୍ତା ମାନେ କହିଥିଲେ। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଓବିସିଙ୍କ ବିଗତ ବର୍ଷ ରେ ଜନଗଣନା ହୋଇଥିବା ତାଲିକା କୁ ପ୍ରକାଶନ କରିବାକୁ ଦାବି କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଯଥା ପଂଚାୟତ, ବିଧାନସଭା, ଲୋକସଭା, ସରକାରୀ, ବେସରକାରୀ ସଂସ୍ଥା ସହ ଶିକ୍ଷାନୁଷ୍ଠାନ ରେ ପଛୁଆ ବର୍ଗଙ୍କୁ ଜନସଂଖ୍ୟା ଭିତ୍ତିରେ ବର୍ଦ୍ଧିତ ସ୍ଥାନ ସଂରକ୍ଷଣ କରିବାକୁ ସୁରକ୍ଷା ମଂଚ ଦାବୀ କରିଛି । ସେହିପରି ପଛୁଆ ବର୍ଗ ପାଇଁ ଓବିସି ସୁରକ୍ଷା ଆଇନ ପାରିତ କରିବା ସହ ଓଡ଼ିଶା ରେ ଏସଇବିସି ସଂରକ୍ଷଣ ନିୟମକୁ ପ୍ରତ୍ୟାହାର କରିବା ଓ ଓବିସି ସଂରକ୍ଷଣ ନିୟମ ଓଡ଼ିଶାରେ ଲାଗୁ କରିବାକୁ ମଂଚ ଦାବୀ କରିଛି । ସଭାପତି ଷଡାନନ ଭୋଇ, ଉପସଭାପତି ପଦ୍ମଲୋଚନ ସାହୁ, ସମ୍ପାଦକ ବିରେନ୍ଦ୍ର ବାଗ, ବରିଷ୍ଠ ସଭ୍ୟ ଅଶୋକ ପସାୟତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।ଆସନ୍ତା ସେପ୍ଟେମ୍ବର ମାସରେ ଏକ ରାଲି ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରେ ଏକ ସ୍ମାରକପତ୍ର ଦେବାକୁ ମଂଚ ପକ୍ଷରୁ ସୂଚନା ଦେଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories