କାଲିଗାଡୁ ହିଲଟପ୍ ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ

Udaya_Labanya | August 21, 2021 | 23 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ନିକଟରେ କାଲିଗାଡୁ ହିଲଟପ୍ ନାମକ ଆଉ ଏକ ପର୍ଯ୍ୟଟନ ସ୍ଥାନର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଏବେ ପ୍ରତିଦିନ ଶହଶହ ଦର୍ଶକ ଆସି ଏଠିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ନିଜ ନିଜ ମୋବାଇଲରେ ସେଲଫି ନେଉଥିବାର ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଜୋର ଧରିବାରୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି କାଲିଗାଡୁ ହିଲଟପ ପରିଦର୍ଶନ କରିବା ସହ ମନୋରମ ଦୃଶ୍ୟକୁ ନିଜ ମୋବାଇଲରେ ଫୋଟ ଗୁଡିକୁ କଏଦ୍ କରିଥିବା ଦେଖିବାକୁ ମିଳିଛି। ସାଥିରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସେ ସ୍ଥାନ ସକାଶେ ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥା ଅତିଶୀଘ୍ର କରାଯିବା ନେଇ ସୂଚନା ଦେଇଥିବା ଜଣାପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories