ନୂତନ କଲେକ୍ଟରଙ୍କୁ ସ୍ଵାଗତ ଜଣାଇଲେ ଢ଼େଙ୍କାନାଳର ଯୁବ ସ୍ଵେଛାସେବୀ ଅନୁଷ୍ଠାନ ହେଲ୍ପିଙ୍ଗ ହାଣ୍ଡସ୍ ଶୋଷିଓ ସ୍ପେସିଫିକ୍ (ଏଚ୍ ଟୁ ଏସ ଟୁ)
Udaya_Labanya | August 21, 2021 | 66 views |0 | Breaking News
ଢ଼େଙ୍କାନାଳ ଜିଲ୍ଲାରେ କିଛିଦିନ ତଳେ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ନୂତନ କଲେକ୍ଟର ଭାବେ ଯୋଗ ଦେଇଛନ୍ତି। ଢ଼େଙ୍କାନାଳର ଅଗ୍ରଣୀ ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ ହାଣ୍ଡସ୍ ଶୋଷିଓ ସ୍ପେସିଫିକ୍ (ଏଚ୍ ଟୁ ଏସ ଟୁ) ଉତ୍ତରି ଓ ବୃକ୍ଷ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ସଭାପତି ଶ୍ରୀମତୀ ଚିନ୍ମୟୀ ଜେନା, ଉପସଭାପତି ସୟଦ୍ ସର୍ଫରାଜ୍ ଅଲ୍ଲୀଙ୍କ ସମେତ ମହେଶ୍ୱର ବେହେରା, ସରସ୍ଵତୀ ସୁବୁଦ୍ଧି, ମହମ୍ମଦ ସଲ୍ଲାଉଦ୍ଦିନ,ଶିବୁ ସାହୁ ଏବଂ ନାହିଦ୍ ଖାନ୍ ସେଠାରେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ସେଠି ଅନୁଷ୍ଠାନର ମଙ୍ଗଳ କାମାନା କରିବା ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ସମାଜ କଲ୍ୟାଣ ପାଇଁଁ ମନୋବଳ ସୁଦୃଢ କରିବାକୁ ପ୍ରେରଣା ଦେଇଛନ୍ତି ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କର ଚଲାପଥ ସୁଖ ସମୃଦ୍ଧି ଆଉ ସୁକୁସୁମିତ ହେବାପାଇଁ ମଙ୍ଗଳ କାମନା ବ୍ୟକ୍ତ କରିଚନ୍ତି।