ବରଗଡ଼ ବଜରଙ୍ଗ ଦଳ ତରଫରୁ ଅମ୍ବାପାଲି ଠାରେ ନ୍ୟାସନାଲ ହାଇୱେ ରେ ରାସ୍ତା ରୋକ

Udaya_Labanya | August 21, 2021 | 33 views |0 | Breaking News


ବରଗଡ଼ ୨୧/୮(ସତ୍ୟ ନାରାୟଣ ପ୍ରଧାନ) ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ
ବରଗଡ଼ ସହରରେ ପ୍ରତେକ ଦିନ ବୁଲାଗାଇଗୋରୁ ଯୋଗୁ ଅନେକ ଅସୁବିଧା ସୃଷ୍ଟି ହେଉଛି। ସେଭଳି ଆଜି ପ୍ରାତଃକାଳରେ ରେ ଅମ୍ବାପାଲି ମଝି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଇ ର ମୃତ୍ଯୁ ଘଟିଛି। ଏ ସଂପର୍କରେ ବଜରଙ୍ଗ ଦଳ କର୍ମକର୍ତାମାନେ ପ୍ରଶାସନ କୁ ସୂଚନା ଦେବା ସତ୍ତ୍ୱେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନେଇଥିଲେ । ଫଳରେ ବଜରଙ୍ଗ ଦଳର ପକ୍ଷରୁ ମୃତ ଗାଇର ଶବ କୁ ରଖି ରାସ୍ତା ରୋକ କରିଥିଲେ। ପରେ ବରଗଡ଼ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଘଟଣା ସ୍ଥଳରେ ପହଞ୍ଚି ଲିଖିତ ଭାବେ ଆଗକୁ ଯଦି ଏ ପ୍ରକାର ଘଟଣା ଘଟେ ୧ ଘଣ୍ଟା ମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବଜରଙ୍ଗ ଦଳର କାର୍ୟକର୍ତ୍ତା ରାସ୍ତା ରୋକ ରୁ ଓହରି ଥିଲେ। ଏହି ରାସ୍ତା ରୋକରେ ପ୍ରାନ୍ତ ସହ ସଂଯୋଜକ କିଶୋର ବିଭାର, ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର,ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର,ସୁମିତ,ବ୍ରଜ ଆଦି ଉପସ୍ଥିତ ଥିଲେ

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories