ଆଜିର ରାଶିଫଳ

Udaya_Labanya | August 22, 2021 | 209 views |0 | Vastu & Astrology


ଅଦ୍ୟ ଅଗଷ୍ଟ ମାସ ୨୨ ତାରିଖ ୨୦୨୧ ମସିହା(ରବିବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୮
ସମ୍ବତ୍ସର-ରାକ୍ଷସ
ଶ୍ରାବଣମାସ-ଶୁକ୍ଳପକ୍ଷ
ତିଥି-ପୂର୍ଣ୍ଣିମା ଅପରାହ୍ନ ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ
ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଶତଭିଶ।
ଚନ୍ଦ୍ର-ମକର ଦିବା ଘ୦୮/୨୯ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ
ଯୋଗ-ଶୋଭନ
କରଣ – ବବ
ସୌରମାସ-ସିଂହ ୦୬ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୮
*✧═════•❁❀
*ଯୋଗିନୀ ବୟବ୍ୟେ ଅପରାହ୍ନ ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*
ସିଂହ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। ଓ ବାରବେଳ।- ଦିବା ଘ୧୦/୧୮ ଗତେ ଘ୦୧/୨୮ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୬/୨୨ ଗତେ ଘ୦୯/୩୩ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୦୯/୨୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୨୧ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୭/୪୩ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଆମିଷ ଅପରାହ୍ନ ୦୫/୨୮ ଗତେ ପାଣିକଖାରୁ ଭକ୍ଷଣ ନିଷେଧ
ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
✧═════•❁❀❁•═════✧
ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
✧═════•❁❀❁•═════✧
🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
✧═════•❁❀❁•═════✧
🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
✧═════•❁❀❁•═════✧
🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
✧═════•❁❀❁•═════✧
🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।
✧═════•❁❀❁•═════✧
🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
✧═════•❁❀❁•═════✧
🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
✧═════•❁❀❁•═════✧
🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
✧═════•❁❀❁•═════✧
🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
✧═════•❁❀❁•═════✧
🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
✧═════•❁❀❁•═════✧
🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।
✧═════•❁❀❁•═════✧

Share this

Related Posts

ଆଜିର ରାଶିଫଳ

Udaya_Labanya | July 28, 2023 | 25 views |0

ଅଦ୍ୟ ଜୁଲାଇ ମାସ ୨୮ ତାରିଖ ୨୦୨୩ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୫ସମ୍ବତ -୨୦୮୦ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ପିଙ୍ଗଳଶ୍ରାବଣମାସ-ମଳ ଶୁକ୍ଳପକ୍ଷତିଥି- ଦଶମୀ ଦିବା ଘ୦୨/୪୪ ପର୍ୟ୍ୟନ୍ତ ତଦନ୍ତେ ଏକଦଶୀନକ୍ଷତ୍ର-ଅନୁରାଧା ରାତ୍ରି ଘ୦୧/୩୦ ପର୍ୟ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ଶୁକ୍ଲକରଣ - ଗରସୌରମାସ- କର୍କଟ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୪ସୂର୍ଯ୍ୟାସ୍ତ -ସନ୍ଧ୍ୟା…

ଆଜିର ରାଶିଫଳ

Udaya_Labanya | March 4, 2023 | 46 views | 0

ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୩ ମସିହା(ରବିବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ୦୨/୧୯ ଗତେ ଚତୁର୍ଦ୍ଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୧୦/୨୪ଗତେ ମଘାଚନ୍ଦ୍ର-କର୍କଟ ରାତ୍ରି ଘ୧୦/୨୪ ଗତେ ସିଂହଯୋଗ- ଅତିଗଣ୍ଡକରଣ - ତୈତିଳସୌରମାସ- କୁମ୍ଭ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୯*✧═════•❁❀*ଯୋଗିନୀ…

Leave a Reply

Your email address will not be published. Required fields are marked *

Archives

Categories