ସମାଜ ସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂ ଙ୍କ ଶ୍ରାଦ୍ଧ ଦିବସ

Udaya_Labanya | August 22, 2021 | 19 views |0 | Breaking News


ବରଗଡ଼ ୨୧/୮(ସତ୍ୟ ନାରାୟଣ ପ୍ରଧାନ)
ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂ ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ମହେନ୍ଦ୍ର କୁମାର ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଦେଶର ସମୃଦ୍ଧି ପାଇଁ, ପୃଥିବୀ ର ମଙ୍ଗଳ ପାଇଁ ମଣିଷ ର ସୁନ୍ଦର ଜୀବନ ପାଇଁ ସ୍ବପ୍ନ ଦେଖୁଥିବା ମଣିଷ ର ଦୁଇ ଆଖି ରୁ କିପରି ସ୍ନେହ ଝରେ ସେ କଥା ନିକୁଞ୍ଜ ବାବୁଙ୍କୁ ମନେ ପକିଇଲେ ବୁଝି ହେଉଛି। ତାଙ୍କ ସ୍ବପ୍ନ ବିଭାର ହୃଦୟ ର କଥା ଭାବି ବସିଲେ ଅନ୍ତର ଉଦବେଳିତ ହୋଇ ଉଠୁଛି ବୋଲି ବକ୍ତାମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିରେନ୍ଦ୍ର ନାଗ, ନିରଞ୍ଜନ ମେହେର, ରବୀନ୍ଦ୍ର ସାହୁ, ନରେନ୍ଦ୍ର ହୋତା,ସୁବଲ ମାଝୀ, ବଳରାମ ପ୍ରଧାନ ଲାଲ ବିକ୍ରମ ସିଂହ,ତେଜ ରାଜ ଭୋଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୁରେନ୍ଦ୍ର ପ୍ରଧାନ କବିତା ପାଠ କରିଥିଲେ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories