ବିଭିନ୍ନ ସମସ୍ୟା ନେଇ ଅବସରପ୍ରାପ୍ତ ସରକାରି କର୍ମଚାରୀ ସଂଘ ବୈଠକ

Udaya_Labanya | August 23, 2021 | 19 views |0 | Breaking News


ଫୁଲବାଣୀ-୨୩/୮ (ସୁନୀଲ ପଟନାୟକ)
ସୋମବାର ସ୍ଥାନୀୟ ନାରାୟଣୀ ଯାତ୍ରା ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ ସରକାରି କର୍ମଚାରୀ ସଂଘ କନ୍ଧମାଳ ଶାଖାର କାର୍ଯ୍ୟକାରି ବୈଠକ ସଭାପତି ସର୍ବେଶ୍ଵର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. । ଏହି ବୈଠକରେ ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମାସିକ ସ୍ଵାସ୍ଥ୍ୟଭତ୍ତା, ବକେୟା ଥିବା ୧୧୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ,ଜିଲାକୁ ରେଳ ସଂଯୋଗ, ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଖାଲିପଡିଥିବା ଡାକ୍ତର ପଦବୀ ପୁରଣ ସହ ଏକ ହୃଦରୋଗ ବିଶେଷଜ୍ଞ ଓ ଅଲଟ୍ରାସାଉଣ୍ଡ ଡାକ୍ତର ନିଯୁକ୍ତି ଆଦି ଦାବୀ କରାଯାଇଥିଲା। ସେହି ପରି ପର୍ଯ୍ୟଟନସ୍ଥଳୀର ବିକାଶ କରିବା,ବାଇପାସରାସ୍ତା ନିର୍ମାଣ ନେଇ ମଧ୍ୟବରୀଷ୍ଠ ସଦସ୍ୟମାନେ ମତ ରଖିଥିଲେ।
ଏହି ବୈଠକରେ ରବୀନ ସାମନ୍ତରାଏ, ବସନ୍ତ ବେହେରା , ପିତାମ୍ବର ମିଶ୍ର, ରାଜକିଶୋର ପାଢି, ତ୍ରିନାଥ ବେହେରା , ଭିକାରୀଚରଣଭୁୟାଁ, ତ୍ରିନାଥ ଦାସ, ପ୍ରସନ୍ନ ସାହାଣୀ,ଗୁରଦେବ ମୁଖି ବାଞ୍ଚା ନିଧି ନା ଏକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ପ୍ରସନ୍ନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories