ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧା ହୋଇ ରହିଛି ଶୁଣାଣି

Udaya_Labanya | August 23, 2021 | 22 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାର ୧୩ ବର୍ଷ ପୂରିଛି । ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ତୁମୁଡିବନ୍ଧ ବ୍ଲକ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ସମେତ ଅନ୍ୟ ୫ଜଣ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ ରାତି ପ୍ରାୟ ୮ଟାରେ ଦୁର୍ବୃତ୍ତମାନେ ଆଶ୍ରମ ମଧ୍ୟକୁ ପଶି ଆଖିବୁଜା ଗୁଳି ଚଳାଇବାରେ ସ୍ୱାମୀଜୀଙ୍କ ସମେତ ଜଣେ ମାତାଜୀ ଓ ଅନ୍ୟ ୩ ଜଣ ଭକ୍ତଙ୍କ ସମେତ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଥିଲା ଦଙ୍ଗା । ଅନେକଙ୍କ ପ୍ରାଣ ଯାଇଥିଲା । ସେତେବେଳେ ଆନ୍ତର୍ଜାତିକସ୍ତରରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍‌ ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ । ରିପୋର୍ଟ ଅନୁଯାୟୀ ୨୦୦୮ ମସିହା କନ୍ଧମାଳ ଦଙ୍ଗା ଘଟଣାରେ ଜିଲାରେ ୩୮ ଜଣ ସାଧାରଣ ଲୋକଙ୍କ ସମେତ ସ୍ୱାମୀଜୀ ଓ ଅନ୍ୟ ୪ ଜଣ ସହଯୋଗୀଙ୍କୁ ମିଶାଇ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଷ୍ଟିସ୍‌ ମହାପାତ୍ର କନ୍ଧମାଳ ଜିଲ୍ଲାକୁ ବାରମ୍ବାର ଗସ୍ତ କରି ତଦନ୍ତ କରିବା ସହ ୬ ମାସ ମଧ୍ୟରେ ଆନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ତେବେ ୨୦୧୨ରେ ଜଷ୍ଟିସ୍‌ ମହାପାତ୍ରଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ପୁଣିଥରେ ଅନ୍ୟତମ ଜଷ୍ଟିସ୍‌ ଏ.ଏସ୍‌ ନାଇଡୁଙ୍କୁ କମିଶନ ନିଯୁକ୍ତି କରିଥିଲେ । କମିଶନ ୭୮ ଜଣ ସରକାରୀ ସାକ୍ଷୀଙ୍କ ସମେତ ପ୍ରାୟ ୩୦୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ହଜାର ହଜାର ଦସ୍ତାବିଜ୍‌ ବିଚାରକୁ ନେଇଥିଲେ । କମିଶନ ତାଙ୍କର ୧୦୨୦ ପୃଷ୍ଠାର ରିପୋର୍ଟ ଦୁଇଟି ଭଲ୍ୟୁମରେ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ତଦନ୍ତ କମିଶନରଙ୍କ ସ୍ୱତନ୍ତ୍ର ସରକାରୀ ଓକିଲ ବିଜୟ କୃଷ୍ଣ ପଟନାୟକ ପ୍ରକାଶ କରିଛନ୍ତି । ପୂର୍ବରୁ ସ୍ୱାମୀଜୀଙ୍କୁ ଅନ୍ୟ ସ୍ଥାନମାନଙ୍କରେ ହୋଇଥିବା ଆକ୍ରମଣ ଓ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ପାଇଁ ମଧ୍ୟ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନ ବସିଥିଲା । ୨୦୦୭ ମସିହାରେ ଗଠିତ ଏହି କମିଶନ ମଧ୍ୟ ତାଙ୍କ ରିପୋର୍ଟ ୨୦୧୫ ମସିହାରେ ସରକାରଙ୍କୁ ପ୍ରଦାନ କରିଛନ୍ତି । ତେବେ ଏହି ଦୁଇଟି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ବାରମ୍ବାର ଦାବି ସତ୍ୱେ ତାହା ସମ୍ଭବ ହୋଇନାହିଁ । ଅନ୍ୟପକ୍ଷରେ କମିଶନ ରିପୋର୍ଟର ତଥ୍ୟ ଜାଣିବା ପାଇଁ ଏବେ ମଧ୍ୟ ଲୋକଙ୍କ ଭିତରେ ଉତ୍ସାହ ରହଛି ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories