ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

Udaya_Labanya | August 25, 2021 | 24 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜନନୀ ବିକାଶର ଆଉ ଏକ ନଗ୍ନ ଚିତ୍ର । ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା ।ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥିଲାଗି ମୃତ୍ୟୁଞ୍ଜୟ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଏହାପରେ ଆମ୍ବୁଲାନ୍ସ ବନିତାଙ୍କୁ ଆଣିବା ପାଇଁ ଲଦାଙ୍ଗି ଅଭିମୁଖେ ବାହାରିଥିଲା । କିନ୍ତୁ ଲଦାଙ୍ଗି ଗାଁଠାରୁ ୨ କିମି ଦୂର ବଡ଼ାଙ୍ଗପିପିଲି ଠାରୁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା । ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଗାଡି ଆଡକୁ ବଢିପାରିନଥିଲା । ଶେଷରେ ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡ଼ିରୁ ଓହ୍ଲାଇଥିଲେ । ସ୍ୱାମୀ ମୃତ୍ୟୁଞ୍ଜୟ ଓ ଅନ୍ୟ କିଛି ଗାଁର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ । ଷ୍ଟ୍ରେଚରରେ ବୋହି ଆଣିବା ସମୟରେ ବନିତା ଯନ୍ତ୍ରଣାରେ ଛଟପଟ ହୋଇ ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ l ପ୍ରସବ ପରେ ଉଭୟ ମାଆ ଓ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା । ଏହାପରେ ଉଭୟଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ମା ଓ ଶିଶୁ କନ୍ୟା ଉଭୟେ ସୁସ୍ଥ ଥିବା ଜଣାପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories