ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବୀ : ଆମ୍ ଆଦମୀ ପାର୍ଟି

Udaya_Labanya | August 25, 2021 | 32 views |0 | Breaking News


ବରଗଡ଼: ୨୫/୮(ସତ୍ୟ ନାରାୟଣ ପ୍ରଧାନ)
ପୌର ପରିଷଦ ଅଂଚଳରେ ଦିନ କୁ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଯଦ୍ୱାରା ଟ୍ରାଫିକ ସମସ୍ୟା, ଦୁର୍ଘଟଣା, କୁକୁର କାମୁଡ଼ା ନିତିଦିନିଆ ଘଟଣା ପାଲଟିଛି । ସଂଖ୍ୟା ନିୟନ୍ତ୍ରଣ ପାଇଁ କୁକୁର ବନ୍ଧ୍ୟାକରଣ ଯୋଜନା କୁ ଠିକରେ କାର୍ଯ୍ୟକାରୀ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଆପ୍ ତରଫରୁ ଏକ ଦାବୀପତ୍ର ଦିଆଯାଇଛି । ସେହିପରି ବୁଲା ଗାଈ ଗୋରୁଙ୍କ ଯୋଗୁ ରାସ୍ତା ଅବରୋଧ ହେଉଥିବାରୁ କାଞ୍ଜିଆ ହୁଦା ରେ ସୁବ୍ୟବସ୍ଥା କରି ରଖିବାକୁ ଆପ୍ ଦାବୀ କରିଛି । ପ୍ରତ୍ୟେକ ଦିନ ବୁଲା କୁକୁର ଓ ଗାଈ ଗୋରୁ ଙ୍କ ଯୋଗୁ ଦୁର୍ଘଟଣା ହେଉଛି ତେଣୁ ଏହାକୁ ତୁରନ୍ତ ଦୃଷ୍ଟିରେ ରଖି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ କାଞ୍ଜିଆହୁଦା ରେ ଗାଈ ଗୋରୁ ରଖିବାକୁ ଜିଲ୍ଲା ଆବାହକ ଭବାନୀ ସାହୁ ଦାବୀ କରିଛନ୍ତି । ସେହିପରି କୁକୁର କାମୁଡ଼ା ଜନିତ ଟୀକା ପୁରୁଣା ହସ୍ପିଟାଲରେ ଦିଆ ଯାଉନଥିବାରୁ ଲୋକଙ୍କୁ ଆଠ କିଲୋମିଟର ଦୂର ଖେଦା ପାଲି ହସ୍ପିଟାଲ କୁ ଚାରିଥର ଯିବାକୁ ପଡିଥାଏ ଯାହାକି ଗରିବ ରୋଗୀଙ୍କ ପାଇଁ ଏକ କଷ୍ଟକର କାମ ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବନ୍ଧ୍ୟାକରଣ ଯୋଜନା ହିଁ ଏକମାତ୍ର ଉପାୟ ବୋଲି ଆପ୍ ଦାବୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ପାତ୍ର, ମରିୟମ ବାର୍ଲା, ଅସିତ ସାହୁ, ସୁଦାମ ସାହୁ,ମମତା ବେହେରା, ସ୍ୱାମୀ ଧ୍ୟାନ ଦୀପକ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories