#Breaking News

ରୁରାଲ ହାଉସି° ଯୋଜନା ରେ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର


ବରଗଡ଼:-୨୫/୫(ସତ୍ୟ ନାରାୟଣ ପ୍ରଧାନ)
ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସି° ପ୍ରଦାନ ରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି। ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହୀତାଧିକାରୀ ଉକ୍ତ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ଉଦେଶ୍ୟ ମୂଳକ ଭାବେ ଉକ୍ତ ପୋର୍ଟାଲ କୁ ବନ୍ଦ କରିଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଓ ମନ୍ତ୍ରୀ ମାନେ ଅଭିଯୋଗ କରିଛନ୍ତି। ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ପକ୍କା ଘର ପାଇବାର ଅନେକ ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ କୁ ସିଜ କରିଦିଆଯାଇଛି। ଫଳରେ ସେମାନେ ତାଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଅନେକ ଥର କେନ୍ଦ୍ର ସରକାର ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଫଳରେ ଆସନ୍ତା ଦିନରେ ବିଜେଡି ପକ୍ଷରୁ ବ୍ଲକ ସ୍ତରରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ପ୍ରେସ ମିଟରେ ରାଜ୍ୟ ସରକାର ଙ୍କ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରଗଡ଼ ଜିଲ୍ଲା ର ବରିଷ୍ଠ ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *