#Breaking News

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ”

ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୨୧ତମ ଜନ୍ମ ଜୟନ୍ତୀ ସମାରୋହ ଆଜି ଜମ୍ବେଶ୍ବର ମନ୍ଦିର ନିକଟସ୍ଥ ରାଧାଦାମୋଦରପୁର ଠାରେ ଥିବା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସମାଧି ସ୍ଥଳରେ ପାଳିତ ହୋଇଯାଇଛି,କୋଭିଡ୍ ନିୟମ କୁ ସମ୍ମାନ ଦେଇ ସାମାଜିକ ଦୂରତା କୁ ମାନି ସ୍ମୃତି ସଂସଦ ର ଅଧ୍ୟକ୍ଷ ଶ୍ରୀ ସୁରେଶ ମିଶ୍ର ଅଧ୍ୟକ୍ଷତାରେ ଆଠଗଡ ପ୍ରଜାମଣ୍ଡଳର ଆନ୍ଦୋଳନର ସଂଗ୍ରାମୀ ମହାପୁରୁଷ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପ୍ରଜ୍ଜଳନ କରିଥିଲେ। ରାଧାକିଶୋରପୁର ପଞ୍ଚାୟତ ର ବହୁ ସ୍ବେଚ୍ଛାସେବୀ ଯୁବକ ମାନେ ଯୋଗଦେଇ ଥିଲେ,ଏହି ସମାରୋହରେ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ କରିବା ସହ ପ୍ରଜାମଣ୍ଡଳର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସ୍ମୃତି କୁ ମନେ ପକାଇଥିଲେ । ଗୋବିନ୍ଦ ମିଶ୍ରଙ୍କ ମହାନ ସଂଗ୍ରାମୀ ଜୀବନରୁ ଅନେକ ପ୍ରେରଣା ପାଇଥିଲେ ଏବଂ ସମାଜ ତଥା ନିଜ ଅଞ୍ଚଳର ଉନ୍ନତିରେ ନିଜକୁ ବ୍ରତୀ କରିବାକୁ ଶପଥ ମଧ୍ୟ ନେଇଥିଲ ।

Leave a comment

Your email address will not be published. Required fields are marked *