ଆସନ୍ତାକାଲି ଠାରୁ ଦୁଇ ଦିନିଆ ଆଠଗଡ କଂଗ୍ରେସର ସଙ୍କଳ୍ପ ଶିବିର କପିଳାସ ଠାରେ ଅନୁଷ୍ଠିତ ହେବ
Udaya_Labanya | August 26, 2021 | 175 views |0 | Breaking News
ଆଠଗଡ(ଉଲାପ୍ର)ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତରଫରୁ ଆସନ୍ତାକାଲି ଠାରୁ ଆଠଗଡ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀମାନଙ୍କର ଦୁଇ ଦିନିଆ ସଚେତନତା ଶିବିର ଢେଙ୍କାନାଳ ର କପିଳାସ ଠାରେ ଥିବା ନିରୂପମା ହୋଟେଲ ଠାରେ ଅନୁଷ୍ଠିତ ହେଉଛି,ଏହାର ମୂଳ ଉଦେଶ୍ୟ ହେଉଛି ଗାନ୍ଧୀଙ୍କ ନୀତିବାଣୀ,ମହାତ୍ମା ଗାନ୍ଧୀ କିଏ,ଇନ୍ଦିରା ଗାନ୍ଧୀ କିଏ,ରାଜୀବ ଗାନ୍ଧୀ କିଏ ସେମାନଙ୍କର ଦେଶ ଗଠନ ରେ କଣ ଭୂମିକା ଥିଲା ସେ ସମ୍ପର୍କରେ ଆଲୋଚନା କରାଯିବ,ଗାନ୍ଧୀଙ୍କ ନୀତି ଆଦର୍ଶକୁ ନେଇ କଂଗ୍ରେସ ଦଳ ଆଗାମୀ ପିଢ଼ି ମାନଙ୍କୁ କିଛି ଦିଗ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ଆଜିଠାରୁ ଆଠଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ନେତୃତ୍ୱରେ ଶତାଧିକ ଯୁବକ,ମହିଳା କଂଗ୍ରେସ କର୍ମୀ ଢେଙ୍କାନାଳ ପାଦଦେଶର କପିଳାସ ଠାରେ ଥିବା ନିରୂପମା ହୋଟେଲରେ ପହଁଚି ସାରିଲେଣି,ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ କର୍ମୀ ମାନଙ୍କ ମଧ୍ୟର ଉତ୍ସାହ ପରିଲକ୍ଷିତ ହୋଇଛି।