ଫୁଲବାଣୀ ଆଇଟିଡିଏସହାୟତାରେ ମାଛ ଚାଷରୁ ସ୍ଵାବଲମ୍ବୀ ହେଲେ ଶତାଧିକ ମହିଳା
Udaya_Labanya | August 26, 2021 | 31 views |0 | Breaking News
ଫୁଲବାଣୀ-୨୬/୮(ସୁନୀଲପଟନାୟକ)
ଆଗରୁ କିଛି କରୁ ନ ଥିଲେ, ଦୁଇଓଳା, ଘରେ ରୋଷେଇ କରିବା ସାଙ୍ଗକୁ ପିଲାଛୁଆ ଆଉ ସ୍ୱାମି କଥା ବୁଝିବାପରେ ଖାଲି ସମୟ ବସି ବସି ବିତି ଯାଉଥିଲା। ହାତରେ ବିପଇସାଟିଏ ନଥିଲା।
କେବଳ ଜଣଙ୍କ ରୋଜଗାରରେ ଦୁଖ କଷ୍ଟରେ ଘର ଚଳୁ ଥିଲା। ହେଲେ, ଫୁଲ ବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶ।ସକ ବିରେନ୍ଦ୍ର କୁମାର ଦାସଙ୍କ ଆନ୍ତରୀକତା ଓ ନିଷ୍ଠାପର ଉଦ୍ୟମରେ ମହିଳା ଏସ ଏଚ ଜି ମାନ ଗଠନ କରି ପଞ୍ଚାୟତବନ୍ଧ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପମାନ ଆଦି ଦୀର୍ଘ ମିଆଦି ସୁତ୍ରରେ ଲିଜ ଦେବାର ବ୍ୟବସ୍ଥା କରାଇ ମାଛ ଚାଷ ଆରମ୍ଭ କର । ଯାଇଥିଲା ଆଉ ମହିଳାମାନେ ଆଗ୍ରହ ସହକାରେ ଆଗେଇ ଆସି ମାଛ ଚାଷ ଆରମ୍ଭ କରିଥିଲେ ଆଉ ମାଛ ବିକ୍ରିକରି ବେଶ ଲାଭବାନ ହୋଇଛୁ ବୋଲି ପିତାବଳୀଏସ ଏ ଚ଼.ଜି ଓ ମହାମାୟୀ ଏସଏଚଜିମହିଳା ଗ୍ରୁପ ସଦସ୍ୟାମାନେ କହିଛନ୍ତି। ଏବେ ସେମାନେ ଭଲରେ ଚଳିବା ସହ ଭବିଷ୍ୟତ ପାଇଁ କିଛି ଅର୍ଥ ବ୍ୟାଙ୍କରେ ମଧ୍ୟ ସଞ୍ଚୟ କରିଥିବା କହିଛନ୍ତି । ସେମାନଙ୍କୁ ମାଛ ଚାଷ ସଂପର୍କରେ ତାଲିମ ପ୍ରଦାନ ପରେ ମାଛଧରିବା ପାଇଁ ଜ। ଲ ଓ ଡ଼ଙ୍ଗା.ଆଇଟିଡିଏ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ଆମେ ବଜାରର ଚାହିଦାକୁ ଦେଖି ଆଇଟିଡିଏର ଜିବୀ କା ମିଶନ କାର୍ଯ୍ୟକ୍ରମ ଆର୍ଥୀକ ସହାୟତାରେ ମତ୍ସ୍ୟ ବିଭାଗ ମ।ଧ୍ୟମ ମରେ ବିଭିନ୍ନକିସମର ମାଛ ଜାଆଁଳ ମାନ ଛଡାଯାଇଥିଲା। ଆଉ ମାଛ ବଢିବା ପରେ ସେମାନେ ଧରି ତାକୁ ବଜାରରେ ବିକ୍ରୀ କରି ଲାଭବାନ ହୋଇପାରିଥିବା ଜିବିକା ମିଶନ ପ୍ରକଳ୍ପ ପରିଚାଳକ ଟି. ମୁରଲୀଧରନ.ବଦ୍ୟନାଥ ଖଟୁଆ, ଶୁଭଶ୍ରୀ ମହାନ୍ତି ପ୍ରମୁଖ କହିଛନ୍ତି ।
ସେହିପରି ଫୁଲବାଣୀ ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଳକ ଅଞ୍ଚଳରେ ଲକ୍ଷ୍ମୀନୃସିହ ଏସ.ଏଚଜି.ମାଖମ୍ବେଶ୍ଵରୀ ଏସଏଚଜି. ଲକ୍ଷ୍ମୀନାରାୟଣ ଏସ.ଏଚ୍ ଜି. ଜୟ ଜଗନ୍ନାଥ ଏସ ଏଚ ଜି.ଙ୍କୁ ମଧ୍ୟ ଜାଲ ଓ ଅନ୍ୟାନ୍ୟ ସହାୟତା ମାନ ପ୍ରଦାନ କରାଯାଇଛି ।
ସେହିପରି ମା ବରା ଳଦେବୀ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ମଧ୍ୟ ଗଠନ କରାଯାଇ ବଲସ କୁମ୍ପା ଠାରେ ଥିବା ଡ୍ୟାମରେ ଫୁଲବାଣୀ ଆଇଟିଡିଏ ପକ୍ଷରୁ ମାଛ ଜାଆଁଳ ମାନ ଛଡାଯାଇଛି. । କଙ୍ଗେଇନାଳ ଡ୍ୟାମରେ ମାଛ ଜଗିବା ପାଇଁ ରାତ୍ର ଜଗୁଆଳି ଗୃହମଧ୍ୟ ନିର୍ମାଣ କରାଯାଇଛି. I
ଏବେ ଆଧୁନିକ ବାୟ ଫ୍ଲକ୍ସ ମାଧ୍ୟମରେ ମାଛ ଚାଷ କରିବ।ଲାଗି ହିତ । ଧିକାରୀଙ୍କୁ ଉତ୍ସାହୀତ କରିବାପାଇଁମତ୍ସ୍ୟ ବିଭାଗ ଫୁଲବାଣୀକୁ ଆଇଟିଡିଏ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଟେଣ୍ଡର ମଧ୍ୟ ସରିଛି। ଏହି ପ୍ରଣାଳୀରେ କମ ସ୍ଥାନରେ ଯେକୌଣସି ବ୍ୟକ୍ତି ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ଜିବିକା ମିଶନର ବଦ୍ୟନାଥଖଟୁଆ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଅତି ଶିଘ୍ର ଆରମ୍ଭ ହେବ ବୋଲି ଖଟୁଆ କହିଛନ୍ତି।