#Breaking News

କନ୍ଧମାଳ ଜିଲା ର ବିଭିନ୍ନ ସମସ୍ୟା ନେଇ ମୁଖ୍ୟଶାସନ ସଚିବଙ୍କୁ ଭେଟିଲା ମିଳିତ ନାଗରୀକ ମଞ୍ଚ



ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବାପାଇଁ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ମିଳିତ ନା ଗରୀକ ମଞ୍ଚ ଭେଟିଥିଲେ। ମିଳିତ ନାଗରୀକ ମଞ୍ଚର ସଭାପତି ଡ.ଅରୁପ ଜେନା, ଆବାହକ ଅଶୋକପରୀଡ଼ା ପ୍ରମୁଖ
ଫୁଲବାଣୀ ସହରରେ ବର୍ଦ୍ଧିତହୋଲଡିଙ୍ଗ ଟାକ୍ସସମସ୍ୟା, ସଦର ମହକୁମା ଡାକ୍ତରଖାନା ସମେତ ଜିଲ୍ଲାରେ ଡାକ୍ତର ସମସ୍ୟା, ଜମିଜମା ମାମଲା ସମାଧାନ ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ସ୍କାରକ ପତ୍ର ପ୍ରଦାନ କରିଥିଲେ ।
ମୁଖ୍ୟଶାସନ ସଚିବ ଶ୍ରୀମହାପୀତ୍ର ଏ ସବୁ ଦାବୀ ସଂପର୍କରେ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଲୋଚନା ସମୟରେ ଜିଲ୍ଲାପାଳ ଡ।. ବୃନ୍ଦ । ଡି ମଧ୍ୟ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *