ଜାତୀୟ କ୍ରୀଡା ଦିବସରେ ସେଚ୍ଛାକୃତ ରକ୍ତଦାନ ଶିବିର

Udaya_Labanya | August 29, 2021 | 215 views |0 | Breaking News


ବରଗଡ଼(ଉଲାପ୍ର)
ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେଶିରା ସ୍ଥିତ ମାର୍କେଟ ୟାର୍ଡ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ସଦର ଥାନା ଅଧିକାରୀ ବିରଳ ଚନ୍ଦ୍ର ସହିଶ ଫିତା କାଟି ଉଦ୍ଘାଟନ କରିଥିଲେ। ସମସ୍ତ ଜିଲ୍ଲା ରୁ ଆସିଥିବା ଡ଼୍ରାଇଭର ଭାଇ ମାନେ ସ୍ୱଇଛା ରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ। ଡ଼୍ରାଇଭର ମାନେ ଯେ କେବଳ ଗାଡି ଚଲାନ୍ତି ତାହା ନୁହେଁ ତାଙ୍କର ମଧ୍ୟ ସାମାଜିକ ଦାୟିତ୍ବ ବୋଧ ଅଛି ଏଥିରୁ ସେମାନେ ପ୍ରମାଣିତ କରିଛନ୍ତି।ଏହି ଶିବିର ରେ ସର୍ବମୋଟ ୧୦୧ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ମହତ କାର୍ଯ୍ୟକ୍ରମ ରେ ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ନୀଳାମ୍ବର ସା,ସମ୍ପାଦକ ସୁଧୀର ଦାସ,କୋଷାଧ୍ୟକ୍ଷ ସୁମନ୍ତ ମେଣ୍ଡୁଲି, ସେବରାମ ସାହୁ ଙ୍କ ସହ ଅନ୍ୟ ଡ୍ରାଇଭର ଭାଇ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଉତ୍ତମ ଦାସ, ବିଦ୍ୟାଧର ଭୋଇ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସମ୍ପାଦକ ମଦନ ମୋହନ ଦାସ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଶେଷ ରେ ନିଷ୍ଠା ପରିବାର ତରଫ ରୁ ଓଡ଼ିଶା ଡ଼୍ରାଇଭର ମହାସଂଘ କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories