#Breaking News

କୋଭିଡ କଟକଣା ମଧ୍ୟରେ ବରଗଡ଼ ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ


ବରଗଡ଼:-୩୦/୮(ସତ୍ୟ ନାରାୟଣ ପ୍ରଧାନ) କୋଭିଡ କଟକଣା ମଧ୍ୟରେ ବରଗଡ଼ ର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ଗୈ।ରପଡା, ଅମ୍ବାପାଲି ସ୍ଥିତ ବେଣୁବାବା ମଠ, କଲେଜ ରୋଡ଼ ରାଧାକୃଷ୍ଣ ମନ୍ଦିର, ହାଟପଦା ରାଧାକୃଷ୍ଣ ମନ୍ଦିର ଠାରେ ଶ୍ରୀ କୃଷ୍ଣ ଙ୍କ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯାଇଥିଲା। କୋଭିଡ ନିୟମାନୁଯାୟୀ ଭକ୍ତ ମାନେ ପର୍ଯ୍ୟାୟ କ୍ରମେ ମନ୍ଦିର ଗୁଡିକ କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିପରି କୈ।ଣସି ସ୍ଥାନରେ ନାମ ଯଜ୍ଞ ଅଷ୍ଟପ୍ରହରୀ ହୋଇ ନ ଥିଲା। ଗୈ।ର ପଡା ଠାରେ ଦିନ ତମାମ ଚାଲିଥିବା କାର୍ଯ୍ୟ କ୍ରମ ରେ ହୋମ ଯଜ୍ଞ , ଗୀତା ପାଠ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଉମେଶ ଚନ୍ଦ୍ର ପାଣିଗ୍ରାହୀ ପୁରୋହିତ କାର୍ଯ୍ୟ ତୁଲାଇଥିଲେ । କର୍ତ୍ତା ଭାବେ ଲୋକନାଥ ସାହୁ ଏବଂ ଅନିତା ପୂଜା କାର୍ଯ୍ୟ ତୁଲାଇଥିଲେ।

Leave a comment

Your email address will not be published. Required fields are marked *