ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

Udaya_Labanya | August 30, 2021 | 97 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସଏଚଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ଯବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମ ରେ ଥିବା ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜିଲ୍ଲା ପରିଷଦ ସଦସ୍ୟl ସୁଜାତା ଦିଗାଲ ମତ ପ୍ରକାଶ କରିଛନ୍ତି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବାରଖମl ପଞ୍ଚାୟତ ସରପଞ୍ଚ କୁନାଲ ପ୍ରଧାନ, ଅବସର ପ୍ରାପ୍ତ ସେନା ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ଦିଗାଲ, ପୂର୍ବତନ ନାଏବ ସରପଞ୍ଚ ସଂଜୀବ ଦିଗାଲ, ଶିଖାରାଣୀ ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories