#Breaking News

ବିଭୁତି ମିଶ୍ର କଂଗ୍ରେସ ରେ ମିଶିଲେ, ସମବାୟ ଦୁର୍ନୀତି ହେବ ମୂଳ ପ୍ରସଙ୍ଗ ବୋଲି କହିଲେ


ଭୁବନେଶ୍ୱର(ଉଲାପ୍ର)ଆଠଗଡ ର ଟାଣୁଆ ନେତା ତଥା ବିଜେପି ଛାଡି ପୁନର୍ବାର କଂଗ୍ରେସ ରେ ମିଶିଛନ୍ତି ବିଭୁତି ଭୂଷଣ ମିଶ୍ର,ଆଜି କଂଗ୍ରେସର ଓଡିଶା ପ୍ରଭାରୀ ଚେଲାକୁମାର ଙ୍କ ଉପସ୍ଥିତି ରେ ରାଜ୍ୟ କଂଗ୍ରେସ ଭବନରେ ବିଭୁତି ମିଶ୍ର ନିଜ କର୍ମୀମାନଙ୍କ ସହିତ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି,କଂଗ୍ରେସ ଭବନ ଠାରେ ଏକ ଦଳୀୟ ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର ଙ୍କ ଉପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ତାରାପ୍ରସାଦ ବାହିନୀପତି,ବାଙ୍କିର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ,ସୁରେଶ ମହାପାତ୍ର,ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦେଇଥିଲେ,ବିଭୁତି ମିଶ୍ର କଂଗ୍ରେସ ରେ ଯୋଗଦେବା ପରେ କଂଗ୍ରେସ ଦଳ ଅଧିକ ସଂଗଠିତ ହେବ ବୋଲି ପ୍ରକାଶ କରିଛନ୍ତି।ଆଠଗଡ ରେ ସମବାୟ ଦୁର୍ନୀତି ମୂଳ ପ୍ରସଙ୍ଗ ଆଗାମୀ ଦିନରେ ହେବବୋଲି ବିଭୁତି ମିଶ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *