ଡକ୍ଟର ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Udaya_Labanya | September 2, 2021 | 44 views |0 | Breaking News

ଢେଙ୍କାନାଳ (ଉଲାପ୍ର)ପାୟୋନିଅର ଇଂରାଜୀ ଖବରକାଗଜର ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ଆଜି ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏଥିରେ ଗଭୀର ଭାବରେ ମର୍ମାହତ ହୋଇ ଡକ୍ଟର ମିତ୍ରଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଇଂ . ହୋତା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ , ତାଙ୍କର ବ୍ୟକ୍ତିଗତ ପରିଚୟ ଡକ୍ଟର ମିତ୍ରଙ୍କ ସହିତ ଇଣ୍ଡିଆନ୍ ମିଡିଆ ସେଣ୍ଡର୍ ( ଆଇଏମସି ) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ୧ ମଇ ୨୦୧୧ ଦିନ ହୋଇଥିଲା । ସେତେବେଳେ ଢେଙ୍କାନାଳର ସିନର୍ଜ ଇଂଜିନିୟରିଂ କଲେଜରେ ହେଉଥିବା ଏହି ରଷ୍ଟ୍ରୀୟ କାର୍ଯ୍ୟକାରିଣୀର ମୁଁ ଆୟୋଜକ ଥିଲି ଏବଂ ଡକ୍ଟର ମିତ୍ର ଆଇଏମସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ଦେଶର ସାଧାରଣ ଲୋକମାନଙ୍କର ସମସ୍ୟାଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ଅନେକ ଉଚ୍ଚପଦବୀରେ ଥାଇ ମଧ୍ୟ ତାଙ୍କ ମନରେ ଆଦୌ ଅହଙ୍କାର ନ ଥିଲା । ସମସ୍ତଙ୍କର କଥାକୁ ଗୁରୁତ୍ବ ଦେଇ ସେ କାମ କରୁଥିଲେ । ଡକ୍ଟର ମିତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାୟୋନିଅର ଇଂରାଜୀ ଖବରକାଗଜର ସମସ୍ତ କର୍ମଚାରୀ କାମକରୁଥିବାରୁ ଏହା ଆଜି ସାରା ଭାରତରେ ସାଧାରଣ ଲୋକମାନଙ୍କର ସ୍ୱର ପାଲଟିପାରିଛି ବୋଲି ଇତ୍ୟବସରରେ ଇଂ.ହୋତା ପ୍ରକାଶ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories