ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ ସହ ଜଣେ ଗିରଫ

Udaya_Labanya | September 2, 2021 | 22 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା କଉଡ଼ିଆ ଅଞ୍ଚଳର ଅଜିତ ଦଳେଇ(୨୩) । ସୂଚନା ପ୍ରକାରେ ରବିବାର ଦିନ ଅଜିତ ଦଳେଇ ଏକ ବାଇକ ଯୋଗେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ପୋଲିସ ଶ୍ରାନିକେତାର ଆମ୍ବ ଖାଲିଆ ଘାଟିରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଦୁର୍ବୁତ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଏନେଇ ପୋଲିସ ମାମଲା ନଂ ୧୪୬/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 98 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories