#Breaking News

ବୃଦ୍ଧଙ୍କୁ ଉଦ୍ଧାର ଓ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ

:ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଏକ ବୃଦ୍ଧବ୍ୟକ୍ତି ଇତସ୍ତୁତ ହୋଇ ବୁଲୁଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଡେଇ ଘରୁ ବାହାର କରିଦେଇଛନ୍ତି । ଏହି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ଶ୍ରୀ ସୁକାନ୍ତ କିଶୋର ଜେନା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ , ଶ୍ରୀ ଶରତ କୁମାର ଦେହୁରୀଙ୍କ ସହିତ ଆଲୋଚନା କରି ସଙ୍ଗେସଙ୍ଗେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେକି ବୃଦ୍ଧ କୁ କରି ଥଇଥାନ କରିବାପାଇଁ । ସର୍ବପରେ AIRA , ଢେଙ୍କାନାଳର କର୍ମଚାରୀ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାରକରି ତାଙ୍କୁ ଝୁଜବିହାରୀ ବରିଷ୍ଠ ନାଗରିକ ଗୃହ , ଆନନ୍ଦ ନଗର , ଢେଙ୍କାନାଳରେ ଥଇଥାନ କରିଥିଲେ । ଉଦ୍ଧାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଉପରୋକ୍ତ ମହାନ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବାବ୍ୟକ୍ତି ମାନେ ଉଚ୍ଚ ପ୍ରଶସାକରି ବୃଦ୍ଧ ଲୋକଟି ପୁର୍ବଜନ୍ମ ପାଇଲା ବୋଲି କହିଥିଲେ ।

Leave a comment

Your email address will not be published. Required fields are marked *