#Breaking News

ବନବାସୀ ସୁରକ୍ଷା ସଂଗଠକ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନବାସୀ ସୁରକ୍ଷା ସଂଗଠକ ପକ୍ଷରୁ ପ୍ରଶାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ରେ ବିଦ୍ୟୁତ ,ଇଣ୍ଟରନେଟ୍ ସେବା ଭଳି ଅନେକ ଜରୁରୀ କାଳୀନ ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯାଇଥିଲା l ବ୍ରାହ୍ମଣୀଗାଁ ଅଞ୍ଚଳ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ଏହି ଅଞ୍ଚଳରେ ଝୁଣା , ଲାଖ , ପାଳୁଅ ପାଇଁ ଏହି ଅଞ୍ଚଳ ସାରା ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଖ୍ୟାତି ଲାଭ କରିଛି ! ତେଣୁ ଏହି ଅଞ୍ଚଳ ବ୍ୟବସାୟୀର ପେଣ୍ଠସ୍ଥଳୀ ଭାବେ ପରିଚିତ ହୋଇଥିବା ବେଳେ ଏଠାରେ ଆଠ ଗୋଟି ପଞ୍ଚାୟତର ଲୋକେ ଯଥା: ହାତିମୁଣ୍ଡା , ତାଜୁଙ୍ଗି, ଗଦାପୁର, ସରାମୂଳି , ବ୍ରାହ୍ମଣୀଗାଁ , ଝିଞିରିଗୁଡା , କୁମ୍ଭାରିଗାଁ , କାଟିଙ୍ଗା ସମେତ ଗଜପତି ଜିଲ୍ଲା ମୋହନା ବ୍ଲକର କାଟମା ଓ ପାଣିଗଣ୍ଡା ଏହି ବ୍ରାହ୍ମଣୀଗାଁ ପଞ୍ଚାୟତ ଉପରେ ନିର୍ଭର କରନ୍ତି ! ବ୍ୟାଙ୍କ ଠାରୁ ଆରମ୍ଭ କରି ଶିକ୍ଷା ପାଇଁ ମଧ୍ୟ ଆସିଥାନ୍ତି ଏହି ବ୍ରାହ୍ମଣୀଗାଁକୁ ! କିନ୍ତୁ ନା ମିଳି ପାରୁଚି ବ୍ୟାଙ୍କ ସେବା ନା ହେଉଛି ଅନଲାଇନ୍ ପାଠପଢା । ବ୍ରାହ୍ମଣୀଗାଁ ରେ ଠିକ ଭାବରେ ନେଟ ୱାର୍କ ରହୁନଥିବାରୁ ପିଲାମାନେ ପାଠ ପଢାରେ ବଞ୍ଚିତ ଅଛନ୍ତି । ସରକାର ଅନଲାଇନ୍ ପାଠ ପଢିବା ଘୋଷଣା କରିଥିବା ବେଳେ ତାହା ଦୁର୍ଗମ ଅଞ୍ଚଳ ମାନଙ୍କରେ କେବଳ ଏକ ପ୍ରକାର ପ୍ରହସନ ପାଲଟିଛି । ଛାତ୍ର ଛାତ୍ରୀ ବିଭିନ୍ନ ସମୟରେ ଅନଲାଇନ୍ ପାଠ ପଢିବା ପାଇଁ ମୋବାଇଲ ନେଟୱାର୍କ ପାଇବା ଲାଗି ଜଙ୍ଗଲ ଉପରକୁ ଯାଇ ପାଠ ପଢୁଛନ୍ତି ! ଏହି ମଧ୍ୟରେ ଯଦି କୌଣସି ଛାତ୍ର ଛାତ୍ରୀ ସରିସୃପ ଶିକାର ହେଲେ ଏହାର ଦାୟୀ କିଏ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବନବାସୀ ସୁରକ୍ଷା ସଂଗଠକର ସଦସ୍ୟ ବଳଭଦ୍ର ମଳିକ । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି । ପୁନର୍ବାର ଏହାର ଆଗାମୀ ବୈଠକ ୧୮ ତାରିଖରେ ବସିବା ପାଇଁ ସଂଗଠକ ପକ୍ଷରୁ ଧାର୍ଯ୍ୟ କରାଯାଇଛି !

Leave a comment

Your email address will not be published. Required fields are marked *