#Breaking News

ମେଡିକାଲରେ ଡାକ୍ତର ସମସ୍ୟା ଓ ଡେପୁଟେସନ ରେ ଯାଇଥିବା ଡାକ୍ତରଙ୍କୁ ଜିଲ୍ଲାକୁ ଫେରେଇ ଆଣିବାକୁ ନେଇ ବିଜେପି ର ମେଡିକାଲ ସମ୍ମୁଖରେ ଧାରଣା


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ବିଜେପି ପକ୍ଷରୁ ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ ସମୁଖ ଧାରଣ। ଦିଆଯାଇଛି l ଜିଲ୍ଲା ମୁଖ୍ୟ ଚିକିଛଳୟରେ ଡାକ୍ତର ଅଭାବ ଓଆଠଜଣ ଡାକ୍ତରଙ୍କ ଡେପୁଟେ ସନ ରୁ ଫେରାଇ ଆଣିବାକୁ ନେଇ ଧାରଣାରେ ବସିଛନ୍ତି। ଜିଲାରେ ଡାକ୍ତରଅଭାବରୁ ବ୍ରହ୍ମପୁର କୁ ରେଫର କରା ଯାଉଛି। ଯାହାଫଳରେ ଜିଲାର ଗରିବ ଆଦିବାସୀ ମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି ।
ଜିଲ୍ଲାର ଗରୀବ ଅଧିବାସୀ ଭୂଵନେଶ୍ଵର କିମ୍ବା କଟକ ଯାଇ ଚିକିତ୍ସିତ ହେବା କଷ୍ଟସାଧ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ଅସ୍ଥି ଶଲ୍ୟ ଓ ମେଡ଼ିସିନ ପରି ଜରୁରୀ ବିଭାଗରେ ଗୋଟିଏ ମଧ୍ୟ ସ୍ପେସିଆଲିଷ୍ଟ ନାହାନ୍ତି । ଅଧିକାଂଶ ସ୍ପେସିଆଲିଷ୍ଟ କନ୍ଧମାଳ ଜିଲ୍ଲାରୁ ଦରମା ନେଉଛନ୍ତି କିନ୍ତୁ ବାହାର ଜିଲ୍ଲାରେ ରହୁଛନ୍ତି । ଜରୁରୀ ପରିସ୍ଥିତିରେ ଜକ୍ଷ୍ମା ରୋଗ ବିଶେଷଜ୍ଞ ମେଡ଼ିସିନ ବିଭାଗର ଦାୟିତ୍ବ ତୁଲାଉଛନ୍ତି । ଜିଲା ମୁଖ୍ୟା ଚିକିସା ଳୟରେ 69 ଡାକ୍ତରଙ୍କ ବଦଳରେ ଅଛନ୍ତି ମାତ୍ର 37 ସେଥିମଧ୍ୟରୁ 8 ଜଣ ଅଫିସିଆଲ ପୋଷ୍ଟରେ ଅଛନ୍ତି। ବିଶେଷଜ୍ଞଙ୍କ କଥା କହିଲେ ନ ସରେl ଏଭଳି ସ୍ଥିତି ରେ ତୁରନ୍ତ କାଯ୍ୟlନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନ ଯୋର ଦlର ହେବ ବୋଲି ବି ଜେପି ନେତା ଦେବାନରାୟଣ ପ୍ରଧାନ କହିଛନ୍ତି l

Leave a comment

Your email address will not be published. Required fields are marked *