#Breaking News

ଗଡଜାତ ପରିକ୍ରମା ତରଫରୁ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ, ଗୁରୁଦିବସ ରେ ସମ୍ବର୍ଦ୍ଧିତ ହେଲେ ପାଞ୍ଚଜଣ ଗୁରୁ


ଆଠଗଡ(ଉଲାପ୍ର)ଆଠଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି, ପ୍ରାରମ୍ଭରେ ଦିବଙ୍ଗତ ଗୁରୁଙ୍କ ପାଇଁ ଅନୁଷ୍ଠାନ ତରଫରୁ ଦୁଇ ମିନିଟ ନିରବ ପ୍ରାର୍ଥନା

କରାଯାଇଥିଲା,ଗଡଜାତ ପରିକ୍ରମାର ସଭାପତି ଆଇନଜୀବି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପାଞ୍ଚଜଣ ଆଠଗଡ ଅଞ୍ଚଳର ଗୁରୁମାନଙ୍କୁ ମାନପତ୍ର ଓ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଗୁରୁମାନେ ହେଲେ ହରିହର ଓଝା,ଉମେଶ ପ୍ରସାଦ ପଟନାୟକ,ପ୍ରଭାକର ପତ୍ରି,ତ୍ରିଲୋଚନ ଦାଶ, ସୁଲୋଚନା ରାମ,ସମ୍ବର୍ଦ୍ଧନାର ପ୍ରତିଉତରରେ ସମ୍ବର୍ଦ୍ଧିତ ହୋଇଥିବା ଗୁରୁମାନେ ଗଡଜାତ ପରିକ୍ରମାର ସମାଜମୁଳକ ସେବାକୁ ଭୁରିଭୁରି ପ୍ରନ୍ସସା କରିଥିଲେ,ପ୍ରାରମ୍ଭରେ ସଙ୍ଗୀତକାର ଗୁରୁଦତ ନାୟକଙ୍କ ସଂଯୋଜନାରେ ସୌଜନ୍ୟା ରଥଙ୍କ କଣ୍ଠରେ ଗୁରୁ ବନ୍ଦନା ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ

ପରିଚାଳନା ଓ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ସଭ୍ୟ ଅଶୋକ କୁମାର ଦାଶ, ବରିଷ୍ଠ ସଭ୍ୟ ସଦାନନ୍ଦ ପଟନାୟକ,ପ୍ରଭାକର ପଟନାୟକ,ତ୍ରିଲୋଚନ ବେହେରା,ବିଜୟ ନାୟକ,ସନ୍ତୋଷ ବାରିକ,ସୁବାସ ରାଉତ,ଦୀପାଳି ଦାଶ, ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା,ସର୍ବେଶ୍ୱର ପଣ୍ଡା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *