#Breaking News

ଗନ୍ଦିଆରେ ଗୁରୁ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଗୁରୁ ଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ଭାରତର ପୂର୍ବତନ ରାଷ୍ଟ୍ରପତି ସାର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଓ ମହାନ୍ ଜନନାୟକ ସାର୍ବଜନୀନ ପୁରୁଷ, ମହାନ୍ ଦାର୍ଶନିକ ପ୍ରାକ୍ତନ ରାଷ୍ଟ୍ରପତି ସାର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ନିଜେ ରାଜ୍ୟ ପୁରସ୍କାର, ପ୍ରକ୍ରୁତିବନ୍ଧୁ ପୁରସ୍କାର, ପ୍ରକ୍ରୁତିମିତ୍ର ପୁରସ୍କାର, ଗାରିମା ବ୍ରୋଞ୍ଚ୍,ରୈ।ପ୍ଯ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇ ଥିବାରୁ , ସମାଜ ସେବା ରେ ଅବଶିଷ୍ଟ ସମୟ ବିତାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅଜିତ କୁମାର ରାଉତ ଶିକ୍ଷୟିତ୍ରୀ ଚଞ୍ଚଳା କୁମାରୀ ସାହୁ ହିରଣ୍ମୟୀ ପଣ୍ଡା ସର୍ମିଷ୍ଠା ବେହେରା ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ଯୋଗ ଦେଇଥିଲେ। ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

Leave a comment

Your email address will not be published. Required fields are marked *