ନାବାଳିକା ଝିଅ ମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣ କାରୀ ଅଟକ

Udaya_Labanya | September 6, 2021 | 18 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର ଲତା ବେହେରା ନାମକ ଜଣେ ମହିଳା ଓ ପୁରୁଷୋତ୍ତମପୁର ଥାନା ପାଟଣାପଲ୍ଲୀ ଗ୍ରାମର ଜଣେ ପୁରୁଷ ମନୋଜ ସେଠୀ ରବିବାର ସକାଳେ କୋଟଗଡ ଥାନା ହଦ ଗାଁ ରୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଏକ ଅଟୋ ରେ ଆଣି ସେଠାରୁ ଯେ କୌଣସି ଯାତ୍ରୀବାହୀ ବସ ରେ ଚୋରାରେ ନେବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ କୁର୍ତ୍ତମଗଡ ପଞ୍ଚାୟତ ଗାଁ ଲୋକେ କୌଣସି ସୂତ୍ରରୁ ଖବର ପାଇ କାବୁ କରି ପଞ୍ଚାୟତ କାର୍ଯ୍ୟାଳୟ କୁ ଆଣି ବିଭାଗୀୟ ଅଧିକାରୀ ଙ୍କୁ ଖବର ଦେଇଥିଲେ l ଦୀର୍ଘ ସମୟ ଧରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଂଚି ନ ଥିଲା । ଖବର ପାଇ ତୁମୁଡ଼ିବନ୍ଧ ବିଡ଼ିଓ ରୀନା ପ୍ରଧାନ ଓ ସିଡିପିଓ ପ୍ରତିମା ପ୍ରଧାନ ପହଂଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତଧୀନ କରି ଚାଲାଣ କାରୀ ଦ୍ବୟ ଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଉକ୍ତ ୬ ଜଣ ନାବାଳିକା ଙ୍କୁ ପ୍ରଶାସନ ତରଫରୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ବ୍ୟବସ୍ଥା କରିବା ସହ ତଦନ୍ତ ଅବ୍ୟାହତ ଥିବା ଜଣାପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories