#Breaking News

ସିମନବାଡ଼ିର ଜନଜାତି ହାଟପଦା ନିର୍ମାଣ କାହା ସ୍ୱାର୍ଥ ରେ ? ସାଜିଛି ଅଳିଆ ଗଦା: ସ୍ୱଚ୍ଛ ଭାରତ ଅଭିଯାନକୁ ଫୁ


ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ପଞ୍ଚାୟତ ସ୍ତରରେ ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ହାଟପଦା,ମାର୍କେଟ କମ୍ପ୍ଲେକ୍ସ,ପୋଖରୀ ନିର୍ମାଣ ଭଳି ଅନେକ ଯୋଜନା କରି ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ଏବେ ପଥଭ୍ରଷ୍ଟ ହେବାକୁ ଲାଗିଲାଣି । ଯାହାକି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ବଜାରରେ ୨୦୧୭ ମସିହାରେ ୨୦ ଲକ୍ଷ ଵ୍ୟୟ ଅଟକଳରେ ଜନଜାତି ହାଟପଦା ନିର୍ମାଣ ହୋଇଥିଲା । ଏହାପରେ ଏହି ହାଟପଦାକୁ ପୁନଃରୁଦ୍ଧାର ପାଇଁ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇ ଗେଟ ସହ ପାଚେରୀ ନିର୍ମାଣ କରାଗଲା । ହେଲେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇ ଉକ୍ତ ହାଟପଦା ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ତାହା ସିମନବାଡ଼ି ବଜାରର ଅଳିଆ ଗଦା ପାଲିଟିଛି । ଏଥିପ୍ରତି ପଞ୍ଚାୟତର କୌଣସି ଧ୍ୟାନ ନାହିଁ । ନାଁ ସଫା ସୁତରା କରାଯାଉଛି ନା ଏଠି ହାଟ କରାଯାଇ ବ୍ୟବସାୟୀଙ୍କୁ ଭଡ଼ାରେ ଦିଆଯାଉଛି । ବରଂ ଅଳିଆ ଗଦା କରାଯାଇ ସିମନବାଡ଼ି ବଜାରକୁ ଆବର୍ଜନାରେ ଭର୍ତ୍ତି କରାଯାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଉଛି । ଅଳିଆ ଭର୍ତ୍ତି ହୋଇ ରହିଥିବା ଯୋଗୁଁ ବଜାରରେ ଦୁର୍ଗନ୍ଧ ହେଉଛି । ଅନ୍ୟ ପକ୍ଷରେ ବଜାରରେ ଏଭଳି ଅଳିଆ ଗଦା ଯୋଗୁଁ ମଶା ବଂଶ ମଧ୍ୟ ବୃଦ୍ଧି ପାଉଛି । ପଞ୍ଚାୟତର ଏଭଳି ଖାମଖିଆଲି ନୀତି ଯୋଗୁଁ ହାଟପଦା ସଫା ହୋଇନପାରି ଆଳିଆ ଗଦାରେ ପରିପୂର୍ଣ୍ଣ ହୋଇ ରହିଛି । ହାଟପଦା ସହ ବଜାରକୁ ସ୍ୱଚ୍ଛତା ରଖିବା ନିମନ୍ତେ ପଞ୍ଚାୟତର ଦାୟିତ୍ୱ ରହିଥିଲେ ସୁଦ୍ଧା ଉକ୍ତ ଦାୟିତ୍ୱ କୁ ପଞ୍ଚାୟତ ସଠିକ ଭାବେ ପାଳନ କରୁନଥିବା ଯୋଗୁଁ ଅଞ୍ଚଳ ବାସୀ କ୍ଷୁବ୍ଧ ହେବା ସହ ବଜାର ଓ ହାଟପଦାକୁ ସ୍ୱଚ୍ଛ ରଖିବା ପାଇଁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *