#Breaking News

ଏକଡାଳ ଗ୍ରାମର ଶ୍ରୀଯୁକ୍ତ କେଦାରନାଥ ସାହୁଙ୍କୁ ଚାକିରୀର ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡାଳ ଗ୍ରା:ପର ଶ୍ରୀଯୁକ୍ତ କେଦାରନାଥ ସାହୁ ବିଶାଖାପାଟଣା ଠାରେ ଇଣ୍ଡୋ ତିବତ୍ତୀୟନ ବର୍ଡର ପୋଲିସ ବିଭାଗର ହାବିଲ ଦାର ମେଜର ପଦବୀରେ କାର୍ଯ୍ୟରତ ଥିଲେ । ଶ୍ରୀଯୁକ୍ତ ସାହୁ ଗତ ଅଗଷ୍ଟ ୩୧ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ତାଙ୍କର କର୍ତ୍ତବ୍ୟ ସ୍ଥଳରେ ଜଣେ ଦାୟିତ୍ବବାନ ଏବଂ ଶୃଙ୍ଖଳିତ କର୍ମଚାରୀ ଥିଲେ ବୋଲି ସ୍ଥାନୀୟ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ତାଙ୍କ ଗ୍ରା:ପରେ ସେ ଜଣେ ମିଷ୍ଟଭାଷୀ , ମେଳାପୀ , ପରୋପକାରୀ ଓ ଈଶ୍ୱରଭକ୍ତି ବ୍ୟକ୍ତି ଅଟନ୍ତି । ଇତି ଅବସରରେ ଏକଡାଳ ଗ୍ରା:ପର ଯୁବ ସଙ୍ଗଠକ ସୁନିଲ କୁମାର ହୋତା ପ୍ରଫୁଲ୍ଲ ଦଳେଇ , ସଲୀଳ ରଣା , ସୁନିଲ ପାଣି , ସୁଶାନ୍ତ ରାଉତ , ସଞ୍ଜୟ ମନ୍ତ୍ରୀ , ଦିନେଶ ରାଉତ , ରଞ୍ଜିତ ରାଉଳ , ସଞ୍ଜୟ ରାଉତ , ଶିବଶଙ୍କର ରାଉତ , ବଳରାମ ରାଉତ , ସୁନିଲ ଲେଙ୍କା , ଚଗଲି ରାଉତ , ବିରଞ୍ଚି ସ୍ୱାଇଁ , ପୀତବାସ ଗୋଛି , ଛବି ମହାନ୍ତି , ଦିଲ୍ଲୀପ ରାଉତ ପ୍ରମୁଖ ଶ୍ରୀଯୁକ୍ତ ସାହୁଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ , ଉତ୍ତରୀୟ ଏବଂ ଶ୍ରୀମଦ ଭାଗବତ ଗୀତା ଦେଇ ଶୁଭେଚ୍ଛା ଜଣେଇବା ସହିତ ଚାକିରୀର ଅବସର କାଳୀନ ଜୀବନ ଭଲରେ କଟୁ ବୋଲି ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ତାଙ୍କ ଧର୍ମପତ୍ନୀ ମାଳତୀ ବେହେରା , ଭ୍ରାତା ଶ୍ରୀଧର ସାହୁଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *