#Breaking News

ଅଭିନଵ ପ୍ରତିବାଦ,ରାସ୍ତାରେ ଧାନ ରୋଇଲେ ବିଲାବାଡ଼ି ଗ୍ରାମବାସୀ

ଫୁଲବାଣୀ ( ସୁନୀଲ ପଟନାୟକ )ଭାରତ ସ୍ୱାଧୀନତାର ଦୀର୍ଘ 75 ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ l କନ୍ଧମାଳ ଜ଼ିଲ୍ଲା ବଣ୍ଡଗୁଡା ଗ୍ରାମପଂଚାୟତର ବିଲାବାଡ଼ି ରାଜସ୍ବ ଗ୍ରାମ ସମେତ ବିଲାବାଡ଼ି (1) ବିଲା ବାଡ଼ି (2) ୱାର୍ଡର ପଦାସାହି, ରେକାପଡି, ବାଡିଆନାଜୁ, ମହାନାଜୁ ସୀତାପଡି ଗ୍ରାମର ଏଗାରଶହ ପରିବାର ର ପ୍ରାୟ ଦୁଇହଜାରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି ବଣ୍ଡଗୁଡା ଚଞ୍ଚଳl ସାହି ଠାରୁ ପଂଚାୟତ ଅଫିସ କୁ ଯିବାକୁ ହେଲେ ଦୀର୍ଘ ତିନିକିଲୋମିଟର ମାଟିକାଦୁଅ କଚା ରାସ୍ତା ଦେଇଯିବାକୁ ପଡେ l ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଗାଁ କୁ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯିବା କଷ୍ଟକର ବ୍ୟାପାର ଫଳରେ ରୋଗୀ ପ୍ରସୂତୀ ମହିଳା ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ବିଭିନ୍ନ ସମୟରେ ପ୍ରସୂତୀ ମହିଳା ରାସ୍ତାରେ ଗଛମୂଳେ ଶିଶୁ ପ୍ରସବ କରୁଥିବା ନଜିର ରହିଛି l ପାନୀୟଜଳର ଘୋର ସଙ୍କଟ ଦେଖିବାକୁ ମିଳିଛି ଲୋକେ ବାଧ୍ୟ ହୋଇ ଚୁଆ ଓ ନାଳ ପାଣି ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ଗାଁ କୁ ନେଟ ୱର୍କ ପାଉନଥିବା ପିଲାଙ୍କ ଅନଲାଇନ ପାଠ ପଢା ବ୍ୟାହତ ହେଉଛି l ଗାଁ ରେ ଆୟୁରବେଦିକ ମେଡିକାଲ ଅଛି କିନ୍ତୁ ଡାକ୍ତର ଓ କର୍ମଚାରୀ ଆସୁନଥିବାରୁ ବର୍ଷ ବର୍ଷ ଧରି ତାଲା ପଡ଼ିଥିବା ଅଭିଯୋଗ ହେଉଛି l ଗାଁ ର ମୌଳିକ ସମସ୍ୟା ନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ବିଧାୟକ ଓ ପ୍ରଶାସନକୁ ଅବଗତ କରିଛନ୍ତି lମିଳିଛି ଅନେକ ପ୍ରତିଶୃତି କିନ୍ତୁ ଫଳଶୂନ l ଏଥିରେ ଅତିଷ୍ଠ ହୋଇ ଗାଁର ପୁରୁଷ ମହିଳା ଯୁବକ ସଂଘ ମହିଳା ସଂଘ ଅଭିନଵ ଭାବେ ପ୍ରତିବାଦ କରିଛନ୍ତି ଚଞ୍ଚଳl ସାହି ଠାରୁ କରଣ୍ଡାଗଡ଼ କୁ ଯାଇଥିବା କାଦୁଅ ପଚପଚ ରାସ୍ତା ଉପରେ ଧାନତଳି ରୋଇଛନ୍ତି l ପ୍ରଶାସନ ଅତିଶୀଘ୍ର ଗାଁର ମୌଳିକ ସମସ୍ୟାର ସମାଧାନ ନକଲେ ଆଗାମୀ ପଂଚାୟତ ନିର୍ବାଚନ ବର୍ଜନ କରିବା ଚେତାବନୀ ଦେଇଛନ୍ତି ସାମାଜିକ କର୍ମୀ ବାଳକୃଷ୍ଣ ପ୍ରଧାନ, ଚୌଧୁରୀ ପ୍ରଧାନ ଅରୁଣ ପ୍ରଧାନ ୱାର୍ଡ ମେମ୍ବର ଦିଲ୍ଲୀ ପ୍ରଧାନ, ନିର୍ମଳା ଦୀପ, ମହି ଳା ସ୍ୱୟଂ ସହାୟିକା ଗୋଷ୍ଠୀର ରୀନା ପ୍ରଧାନ, ରଞ୍ଜୁଲତା ପ୍ରଧାନ, ମାଳତୀ ପ୍ରଧାନ, କୁନ୍ତଳା ପ୍ରଧାନ, ଅନିତା ପ୍ରଧାନ ଟିକିମା ପ୍ରଧାନ, ଓ ଆଶ୍ରୟ ପ୍ରଧାନ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *