#Breaking News

କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ସଂକ୍ରମଣ ଏବଂ ଏଥିପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଫୁଲବାଣୀ ସହରରେ କୌଣସି ପ୍ରକାର ସାଂସ୍କୃତିକ ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରି ନାହିଁ । ଦୀର୍ଘଦିନ ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏ.କେ.ପ୍ରଡ଼କସନ୍ ପକ୍ଷରୁ ଜିଲା ସ୍ତରୀୟ କନ୍ଧମାଳ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିିଭିନ୍ନ ଅଞ୍ଚଳ ର କଳାକାର ମାନେ ଯୋଗଦେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଫୁଲବାଣୀ ସଭାଗୃହ ଠାରେ ଏହାର ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସଦରଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ବିଶିଷ୍ଟ କଣ୍ଠଶିଳ୍ପୀ ଜଳନ୍ଧର ବେହେରା , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର , ବରିଷ୍ଠ ଅଭିନେତା ଗୁନା ମହାପାତ୍ର , ସଙ୍ଗୀତ ନିର୍ଦ୍ଧେଶକ ସୁଶାନ୍ତ କୁମାର ସାହାଣିଙ୍କ ସମେତ ଏ.କେ.ପ୍ରଡ଼କସନ୍ ର ଅମୁଲ୍ୟ କୁମାର , ଶଶାଙ୍କ କୁମାର ଦିଗାଲ ଓ କପିଲ୍ କୁମାର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରତିଯୋଗିତାରେ ଆଦିତି ମଲିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ପାଲଟା ସିଂ ଦ୍ୱିତୀୟ ଏବଂ କାଜଲ୍ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ନୃତ୍ୟ ପ୍ରତିଯୋଗିତାରେ ପୂଜା ଦିଗାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ଦିଗାଲ ଦ୍ୱିତୀୟ ଏବଂ ଜନନୀ କହଁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ସଙ୍ଗୀତରେ ବିଚାରକ ଭାବେ ଅମୀର କୁମାର ସାହାଣୀ , ଡ.ଅସିତ୍ କୁମାର ନନ୍ଦ ଓ ଶ୍ରୀମତି ଜନୁଜା ମହାନ୍ତି ଏବଂ ନୃତ୍ୟରେ ବିଚାରକ ଭାବେ ଦୀପକ କୁମାର ଦିଗାଲ , ସୁଖ ରଂଜନ ସାହାଣୀ ଏବଂ ରଂଜିତ୍ କୁମାର ମୁଖୀ ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ପରିଚାଳନାରେ କମିଟିର ଅମୂଲ୍ୟ କୁମାର , ରଂଜିତ୍ ମୁଖୀ , ଅମିର ସାହାଣୀ , ଚିତ ରଂଜନ ସାହୁ , ସୁଶାନ୍ତ ଚିନ୍ନାରା , ଅଶୋକ ମହାନ୍ତିଙ୍କ ସମେତ ଫୁଲବାଣୀର ସମସ୍ତ ୟୁ ଟୁବର ମାନେ ସହଯୋଗ କରିଥିଲେ । ଦୀର୍ଘଦିନ ପରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅନେକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a comment

Your email address will not be published. Required fields are marked *