ଯୋରନ୍ଦା ମହିମାଗାଦିରେ ନୂଆଖାଇ ପାଳିତ,ଜିଲ୍ଲାରୁ ବହୁ ଭକ୍ତ ଓ ସାଧୁସନ୍ଥଙ୍କ ଯୋଗଦାନ

Udaya_Labanya | September 8, 2021 | 27 views |0 | Breaking News


ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ନୂଆ ଧାନରୁ ତିଆରି ହୋଇଥିବା ଚୁଡାରୁ ପ୍ରସ୍ତୁତ ଭୋଗ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥିଲା। ଏହା ପରେ ଏହି ନୂଆ ଚୁଡାରେ ପ୍ରସ୍ତୁତ ଭୋଗ ସାଧୂସନ୍ଥ ଓ ଉକ୍ତ ମାନେ ସେବନ କରିଥିଲେ। ମହିମା ଧର୍ମ ଏକ କୃଷି ପ୍ରଧାନ ଧର୍ମ। ତେଣୁ ଚଳିତ ବର୍ଷର ଫସଲର ପ୍ରଥମ ଶସ୍ୟ କୁ ମହିମା ଗୋସାଇଁଙ୍କ ନିକଟରେ ଅର୍ପଣ କରାଯାଇଥାଏ। ମହିମା ଧର୍ମର ନୂଆଖାଇ ପର୍ବର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। କୃଷି ଭିତ୍ତିକ ଏହି ବହୁ ପୁରାତନ ପରମ୍ପରା ଅନୁଯାୟ ନୂଆଖାଇ ପର୍ବ ପାଳନ ହୋଇ ଆସୁଅଛି ।


ପ୍ରତିବର୍ଷ ଭଳି ଏହି ନୂଆଖାଇ ପର୍ବରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର,ହଜାର ଭକ୍ତ ସମାଗମ ହୋଇଥାଏ । ଚଳିତ ବର୍ଷ ଯୋରନ୍ଦା ମନ୍ଦିମା ଗାଦିରେ କୋଭିଡ଼ ନିୟମ ପାଳନ କରାଯାଇ ଅଳ୍ପ ସଂଖ୍ୟକ ସାଧୁ ,ସନ୍ଥ ଓ ଭକ୍ତ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ନବାହ୍ନ ଭକ୍ଷଣ ପାଇଁ ମହିମା ଧର୍ମାବଲମ୍ବି ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଛି । ଆଜିର ଦିନରେ ସାଧୁ, ସନ୍ଥ ମାନଙ୍କୁ ଦର୍ଶନ କରିବା ସହ ନୂତନ ଧାନର ଚୁଡାର ପ୍ରସାଦ ସେବନ କଲେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ଓ ପରିବାର ମଙ୍ଗଳ ହୋଇଥାଏ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଥିବା ପ୍ରକାଶ କରିଛନ୍ତି । ଜିଲ୍ଲାର କୋଣ ଅନୁକୋଣରେ ଅବଭକ୍ତ ଓ ସାଧୁସନ୍ଥମାନେ ଯୋଗଦେଇ ନୁଆ ଖାଇ ପର୍ବ ପାଳନ କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 11 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories