ରୁଙ୍ଗଟା ମାଇନିସ ର ମନମାନି କୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ , ଗାଲପଡ଼ା ଓ ତର୍କବେଡା ର ଗ୍ରାମବାସୀମାନେ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କମ୍ପାନୀ ନାମରେ ବଡ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାଇ ଗତ 2006 ଠାରୁ ଏହି କମ୍ପାନୀ ସେଠାକାର ପ୍ରଜାମାନଙ୍କ ଠାରୁ ଶାଗ ମାଛ ଦରରେ ଜମି କିଣି ନେଇଯାଇଥିବା ବେଳେ କମ୍ପାନୀ କତ୍ତୃପକ୍ଷ ନିଜର ଦାଇତ୍ୱ ବିଷୟରେ ସମ୍ପୂର୍ଣ ଭୁଲିଯାଇଥିଲେ ।ଜମିହରା ପ୍ରଜାମାନଙ୍କୁ କମ୍ପାନୀରେ ଚକେରି ଦେବା, ନିଯୁକ୍ତିରୁ ବଂଚିତ ଜମିହରା ପ୍ରଜାମାନଙ୍କୁ ପରିବାର ଭତ୍ତା ପ୍ରଦାନ କରିବା ଭଳି ଅନେକ ଦାବିକୁ ନେଇ ଆଜି ଉକ୍ତ ଗ୍ରାମବାସୀମାନେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ତାଙ୍କୁ ଦାବିପତ୍ର ଦେବା ସହ ଢେଙ୍କାନାଳର ସାଂସଦ ମହେଶ ସାହୁ, ବିଧାନସଭା ସଦସ୍ୟ ଏବଂ ଅନ୍ୟ ବିଧାୟକ ମାନଙ୍କୁ ନିଜ ଦୁଃଖ ଜଣାଇଥିଲେ । ଯଦି ଏହାର କୌଣସି ସମାଧନ ଆସନ୍ତା 15 ଦିନ ମଧ୍ୟରେ ନ ହୁଏ ତେବେ କମ୍ପାନୀ ଅଗସମ୍ନାରେ ଜମିହରା ପ୍ରଜାମାନେ ଆନ୍ଦୋଳନ କରିବେ ବୋଲି ଚରମ ବାଣୀ ଜଣାଇଦେଇଛନ୍ତି ।