ପ୍ରମୋଦଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ବୈଠକ

Udaya_Labanya | September 9, 2021 | 17 views |0 | Breaking News

ଅତାବିରା ୯/୯ : (ସତ୍ୟ ନାରାୟଣ ପ୍ରଧାନ)ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ବାଗତ ଜଣାଇବାପାଇଁ ଅତାବିରା ଅଗ୍ରସେନ ଭବନଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ତାରିଖରେ ସେ ଅତାବିରା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ କେଉଁ ପ୍ରକାରରେ ସ୍ବାଗତ କରାଯିବ ତାହା ବୈଠକରେ ବିସ୍ତୁତ ଭାବରେ ଆଲୋଚ଼ନା ହୋଇଥିଲା । ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ସୀମା ଆରମ୍ଭ ଗୋଡ଼ଭଗା ଛକରୁ ଏକ ବିଶାଳ ବାଇକ ରେଲି ମାଧ୍ୟମରେ ଅତାବିରା ସମ୍ବର୍ଦ୍ଧନା ସ୍ଥଳକୁ ନିଆଯିବାପାଇଁ ପ୍ରସ୍ତାବ ନିଆଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାପାଇଁ ରବିନାରାୟଣ ପଣ୍ତା ଏବଂ କୌସିକ ମହାକୁରଙ୍କୁ ସଂଯୋଜକ ଭାବରେ ଦାୟୀତ୍ବ ଦିଆଯାଇଛି । ଏଥିରେ ଅତାବିରାର ବରିଷ୍ଠ ନାଗରିକ ସଂଘ,କୁଲତା ସମାଜ,ମାରୱାଡି ସମାଜ, ବିହାରୀ ସମାଜ, ଗୁଜୁରାଟୀ ସମାଜ , ମାରୱାଡି ଯୁବାମଞ୍ଚ,କାୱା,କାକା,ବଣିକ ସଂଘ,ଭୂତପୂର୍ବ ସୈନିକ କଲ୍ୟାଣ ସଂଘ,ସାମ୍ବାଦିକ ସଂଘ,ଓକିଲ ସଂଘ,ପଶ୍ଚିମ ଓଡ଼ିଶା ଯୁବାମଞ୍ଚ,ଆମ ସହର ଦାୟୀତ୍ବ ଆମର,କୃଷକ ସଂଗଠନ,ବଜରଙ୍ଗ ଦଳ,କୋଶଲ ଆନ୍ଦୋଳନ,ଟ୍ରକ ମାଲିକ ସଂଘ,ଧାନକଳ ମାଳିକ ସଂଘ,ଡ଼୍ରଗିଷ୍ଠ ଓ କେମିଷ୍ଟ ସଂଘ,ଭୀମ ଅର୍ମି,ଉଭୟ ଦୁର୍ଗାପୂଜା କମିଟୀ,ଫଟୋଗ୍ରାଫର ସଂଘ,ଟେଣ୍ଟହାଉସ ମାଲିକ ସଂଘ,ଭିଏସଏସ କ୍ଲବ, ଆଦର୍ଶ ୟୁଥ ଏସୋସିଏସନ୍, ରେଙ୍ଗାଲି କେମ୍ପ, ଯୁବ ଶକ୍ତି କ୍ଲବ, ରେଙ୍ଗାଲି ପାଲି, ସେବା କ୍ଲବ ,ଅତାବିରା, ଯୁବ ନାଟ୍ୟ ପରିଷଦ, କାଣ୍ଡପାଲି ,ବିଜେପି ଏବଂ କଂଗ୍ରେସର ପ୍ରତିନିଧିମାନେ ଯୋଗଦେଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories