#Breaking News

ପ୍ରେସ କ୍ଲବ ର ସାଧାରଣ ପରିଷଦବୈଠକ


ଫୁଲ ବାଣୀ-୯/୯(ସୁନୀଲପଟନାୟକ)
ବୁଧବାର ସଂଧ୍ୟାରେ ଜିଲା ପ୍ରେସ୍ କ୍ଲବ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ପ୍ରେସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା।ବରୀଷ୍ଟ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂପାଦକ ପ୍ରଶାନ୍ତ ବେହେରା ନବନିର୍ବାଚିତ କର୍ମକର୍ତାମାନଙ୍କୁ ସ୍ଵାଗତ କରିବା ସହ ଗତ ବୈଠକର ବିବରଣୀ ପାଠ କରିଥିଲେ ।ନୂତନ କର୍ମକର୍ତ୍ତାମାନଙ୍କ ଦାୟୀତ୍ଵ ଗ୍ରହଣ କରିବାର ସପ୍ତାହ ଟେ ନପୁରୁଣୁ ଅସଜଡା ଅବସ୍ଥାରେ ଥିବା ପ୍ରେସ କ୍ଳବର ଉନ୍ନତିକରଣ କାର୍ଯ୍ୟକୁ ଆଗେଇ ନେଇପାରିଥିବା ଯୋଗୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।
ସେହିପରି ପ୍ରେସ କ୍ଳବରେ ଇନିର୍ଭର ଟର ବ୍ୟବସ୍ଥା, ସ୍ଵଛ ପାନୀୟ ଜଳ ବ୍ୟବସ୍ଥା, ଟିଭି ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ମାନ ଗ୍ରହଣ କରାଯିବା ସହ ଜିଲ୍ଲାପ୍ରେସ କ୍ଲବକୁ ସର୍ବଦା ଖୋଲିବା ପାଇଁ ଏକକର୍ମଚାରୀ ମଧ୍ୟ ନିଯୁକ୍ତି ଦିଆଯାଇ ସର୍ବଦା ଖୋଲା ରଖାଯାଇଥିବା କଥା ସଭାପତି ସୁନୀଲ ପଟନାୟକ କହିଥିଲେ । ସେହିପରି କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପସଭାପତି ସତ୍ୟନାରାୟଣ ବେହେରା ଓ ସୁନୀଲ ବିଶ୍ଵାଳ ପ୍ରମୁଖ ସାମ୍ବାଦିକମାନଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବା ସହ ଆଗାମୀ ଦିନରେପ୍ରେସ କ୍ଲବର ବାକି ରହିଥିବା ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ଓ ଏଥିପାଇଁ ସମସ୍ତଙ୍କ ସହଯୋ ଗ କାମନା କରିଥିଲେ ।
ଏହି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଓ ଏଥିରେ ସହର ର ବିଭିନ୍ନ ଗଣମାଧ୍ୟମ, ୱେବ ମିଡ଼ିଆ ର୬୦ରୁ ଉର୍ଦ୍ଧସାମ୍ବାଦିକ,ଓ6କ ମେରା ପର୍ସନ ଯୋଗ ଦେଇଥଲେ । ଏହି କାର୍ଯ୍ୟକ୍ରମକୁ ସହ ସଂପାଦକ ରମେଶ ପ୍ରଧାନ,ଜୟ ସେ ନପରୀଡ଼ା, ପ୍ରଶାନ୍ତ ପଣ୍ଡା, ଶିବାନନ୍ଦ ପଟ୍ଟନାୟକ,ଆଦିତ୍ୟ ତ୍ରିପାଠି, ଶିବ ନାୟକ ପ୍ରମୁଖ ଆନ୍ତରୀକ ସହଯୋଗ କରି ସଫଳ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *