#Breaking News

ବରଗଡ ର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓ ଙ୍କୁ ସାକ୍ଷାତ କଲା ଚେତନା ପ୍ରତିନିଧି ଦଳ


ବରଗଡ : ବରଗଡ ର ତମ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓ ଙ୍କୁ ସାକ୍ଷାତ କଲା ବରଗଡ ରଅଗ୍ରଣୀ ସାମାଜିକ ସଂସ୍ଥା ଚେତନା ର ପ୍ରତିନିଧି ଦଳ । ଚେତନା ର ସଭାପତି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ର ଙ୍କୁ ତାଙ୍କ ଅଫିସ ରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ବରଗଡ ନୂତନ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଘୋଷଣ ବହୁଦିନରୁ ହୋଇ ସାରିଥିବା ବେଳେ ରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି କେବେ କରାଯିବ, ରକ୍ତ ଭଣ୍ଡାର ରେ ରକ୍ତ ବର୍ଗ ଚିହ୍ନଟ ୟୁନିଟ ର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ସାରିଥିବା ଏବଂ ଦୁଇ ଜଣ ଡ଼ାକ୍ତର ଙ୍କ ନିଯୁକ୍ତି ସାରିଥିବା ବେଳେ କାର୍ଯ୍ୟ କେବେ ଆରମ୍ଭ ହେବ, ହସ୍ପିଟାଲ୍ ଭିତରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରାଯାଇଛି ଏବଂ ସିସିଟିଭି କ୍ୟାମେରା କେବେ ଲାଗିବ, କ୍ୟାନ୍ସର ହସପିଟାଲ ର ଅଗ୍ରଗତି କେତେଦୂର ଗଲା ,ଜିଲ୍ଲା ରେ ଭେକ୍ସିନ କେତେ ଲୋକଙ୍କୁ ଦିଆଯାଇଛି ଏବଂ ଆଉ ଅନ୍ୟମାନଙ୍କୁ କେବେ ଯାଏ ଦିଆଯିବ , ଆର୍ଟିପିସିଆର୍ ଟେଷ୍ଟ ବରଗଡ ରେ କେବେ ଠାରୁ ଆରମ୍ଭ ହୋଇ ରିପୋର୍ଟ ଯେଉଁ ଦିନ ର ରିପୋର୍ଟ ସେହି ଦିନ ମିଳିବାର ବ୍ୟବସ୍ଥା ହେବ, ସ୍ତ୍ରୀ ଓ ପ୍ରସୂତି ବିଭାଗ ରେ ଅଚଳ ଥିବା ଅଲଟ୍ରାସାଉଣ୍ଡ ମ୍ୟାସିନ କେବେ ଚାଲିବ ଆଦି ପ୍ରଶ୍ନ ନେଇ ଏହି ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଯଥା ଶୀଘ୍ର କ୍ୟାନ୍ସର ହସପିଟାଲ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ଅତି କମରେ ୧୫ ଦିନ ଅନ୍ତର ରେ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ଆଉଟ୍ ଡୋର ରେ ଡ଼ାକ୍ତର ଙ୍କ ପରାମର୍ଶ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏହି ସମସ୍ତ ଦାବୀ ଗୁଡ଼ିକୁ ଶୁଣିବା ପରେ ଡ. ପାତ୍ର ସୂଚନା ଦେଇ କହିଥିଲେ ଯେ ନୂତନ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ଙ୍କ ନିଯୁକ୍ତି ଜିଲ୍ଲା ସ୍ତରରେ ହେବ ନାହିଁ, ଡ଼ାକ୍ତର ଙ୍କ ନିଯୁକ୍ତି ରାଜ୍ୟ ସରକାର କରିବାକୁ ଥିବା ବେଳେ, ପାରା ମେଡିକାଲ ଷ୍ଟାଫ୍ ଓ.ଏସ.ଏସ.ସି କରିବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ହସ୍ପିଟାଲ୍ ର ଆନ୍ତଃ ସୁରକ୍ଷା ଉପରେ ଉପରେ ସୂଚନା ଦେଇ କହିଥିଲେ ଯେ ହସ୍ପିଟାଲ୍ ର ନିଜର ୧୦ ଜଣ ସୁରକ୍ଷା କର୍ମୀଙ୍କୁ ଦିନ ତମାମ ସୁରକ୍ଷା ବ୍ୟବସ୍ଥା ର ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତମାନ ଟାଉନ ପୋଲିସ ର ଦୁଇ ଜଣ ଲେଖାଏଁ କନେଷ୍ଟବଳ ୨୪ ×୭ ହସ୍ପିଟାଲ୍ ଭିତରେ ସୁରକ୍ଷା ଦାଇତ୍ୱ ରେ ରହିଛନ୍ତି। ଡ. ପାତ୍ର ଏହି ପ୍ରତିନିଧି ମଣ୍ଡଳୀ ସମ୍ମୁଖରେ ସିସିଟିଭି ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ରକ୍ତ ଭଣ୍ଡାର ରେ ରକ୍ତ ବର୍ଗ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ବହୁଦିନ ପୂର୍ବରୁ ଲେଖା ଯାଇଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଲେଖିଛନ୍ତି।ଆସନ୍ତା ମାସ ୮ ତାରିଖ ରେ କେନ୍ଦୀୟ ଅନୁଧ୍ୟାନକାରୀ ଦଳ ଆପାତତଃ ବରଗଡ ଆସି ଅନୁଧ୍ୟାନ କରିପାରନ୍ତି ,ତା ପରେ ଏହା କାର୍ଯ୍ୟକ୍ଷମ ହେବ। ସେହିପରି ଜିଲ୍ଲାରେ ବର୍ତମାନ ଯାଏ ଜିଲ୍ଲାରେ ସର୍ବମୋଟ ୧୧ ଲକ୍ଷ ୧୫ ହଜାର ୨୩୧ ଜଣ ଙ୍କୁ ଭେକ୍ସିନ ଦେବାର ଲକ୍ଷ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫ଲକ୍ଷ ୯୨ ହଜାର୮୧୯ ଜଣଙ୍କୁ ଭେକ୍ସିନ ଦିଆଯାଇ ସାରିଲାଣି।ଏଥିରେ ୧୮-୪୪ ବୟସ ବର୍ଗ ରେ ପ୍ରଥମ ଡୋଜ୍ ୨,୩୦,୮୭୮ ଜଣ ନେଇଥିବା ବେଳେ,୨୩,୧୩୦ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି।ସେହିପରି ୪୫ ରୁ ଉର୍ଦ୍ଧ୍ବ ବୟସ ବର୍ଗ ରେ ୨,୨୫,୮୪୦ ଜଣ ପ୍ରଥମ ଡୋଜ ନେଇ ସାରିଥିବା ବେଳେ, ୧,୧୨,୯୭୧ ଜଣ ଦ୍ବିତୀୟ ଡୋଜ ନେଇ ସାରିଛନ୍ତି।ବରଗଡ ରେ ଆର୍.ଟି.ପି.ସି.ଆର୍ ଟେଷ୍ଟ ହୋଇ ଯେଉଁ ଦିନ ର ରିପୋର୍ଟ ସେହିଦିନ ପାଇବା ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇ ଡ. ପାତ୍ର କହିଥିଲେ ଯେ ଟେଷ୍ଟ ଲେବ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ ୫ ତାରିଖ ରେ ଡ୍ରାଇ ରନ୍ କାର୍ଯ୍ୟ ସରିଛି ଏବଂ ଆଇ.ସି.ଏମ.ଆର୍ ରୁ ରିପୋର୍ଟ ଆସିବା ପରେ ଏଠାରେ ଟେଷ୍ଟ ଆରମ୍ଭ ହେବ। ଅଲଟ୍ରାସାଉଣ୍ଡ ମ୍ୟାସିନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଏକ ନୂତନ ଅଲଟ୍ରାସାଉଣ୍ଡ ମ୍ୟାସିନ ଅବସ୍ଥାପିତ କରାଯାଇଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ, ଏବଂ ପଦ୍ମପୁର ଠାରେ ଏକ ନୂତନ ଅଲଟ୍ରାସାଉଣ୍ଡ ମ୍ୟାସିନ କାର୍ଯ୍ୟକ୍ଷମ କରି ସାରିଲାଣି। କ୍ୟାନ୍ସର ହସପିଟାଲ ଉପରେ ସୂଚନା ଦେଇ ଡ. ପାତ୍ର କହିଥିଲେ ଯେ ଖୁବ୍ ଶୀଘ୍ର ହସ୍ପିଟାଲ୍ ର ଟେଣ୍ଡର ପ୍ରକ୍ରିୟା ସରିଯିବ । ତାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।ସେହିପରି ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ଯାଏ କ୍ୟାନ୍ସର ପୀଡ଼ିତ ଙ୍କ ଚିକିତ୍ସା ପାଇଁ ମାସର ପ୍ରତ୍ୟେକ ବିକଳ୍ପ ଗୁରୁବାର ଦିନ ଏହି ପରାମର୍ଶ ବ୍ୟବସ୍ଥା ପାଇଁ ଭିମସାର କର୍ତୃପକ୍ଷ ଙ୍କୁ ଡାକ୍ତର ଯୋଗାଇ ଦେବାକୁ ଅନୁରୋଧ କରାଯିବ ଏବଂ ଡାକ୍ତର ଙ୍କ ସୁବିଧା ହେଲେ ଜନ ସାଧାରଣ ଙ୍କୁ ଜଣାଇ ଦିଆଯିବ।ଶିଶୁ ୱାର୍ଡ ପାଇଁ ନିର୍ମାଣ ହୋଇଥିବା ବହୁତଳ ପ୍ରାସାଦ କୁ କାର୍ଯ୍ୟକ୍ଷମ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ ର ଉତ୍ତର ରେ ଡ. ପାତ୍ର କହିଥିଲେ ଯେ ସେହି ବିଲଡିଂ ରେ ଏବେ ଜିଲ୍ଲା ଜନସ୍ବାସ୍ଥ୍ୟ ଲବୋରୋଟାରି, ଆର୍ ଟି ପି ସି ଆର ଲେବୋରୋଟାରି, ଅଫିସ୍ , ଏକିକୃତ ଡ଼ାଟା ସେଣ୍ଟର୍, ଜିଲ୍ଲା ପ୍ରକଳ୍ପ ପରିଚାଳକ ୟୁନିଟ ଗୁଡିକ ପରିଚାଳିତ ହେଉଥିବାର ସୂଚନା ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଚେତନା ର କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, କୃଷ୍ଣ ଚନ୍ଦ୍ର ପଣ୍ଡା,ଅଭିଜିତ ପ୍ରତିହାର, ଜଶବିର ସିଂ ପ୍ରମୁଖ ସାମିଲ ଥିଲେ।

Leave a comment

Your email address will not be published. Required fields are marked *