ଗୁରୁ ଭୁବନାନନ୍ଦ ପଟ୍ଟନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Udaya_Labanya | September 10, 2021 | 112 views |2 | Breaking News
ଆଠଗଡ(ଉଲାପ୍ର)ଆଠଗଡ ର ପୂଜ୍ୟ ଗୁରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ,ଆଠଗଡ ସାହିତ୍ୟ ସମାଜର ପ୍ରାଣ ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ଭୁବନାନନ୍ଦ ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ନାରାୟଣ ପଣ୍ଡା,ପୂର୍ବତନ ଶିକ୍ଷାବିତ ଦାମୋଦର ମହାପାତ୍ର,ପୂର୍ବତନ ଶିକ୍ଷକ ପାରେଶ୍ୱର ଜେନା,ଆଇନଜୀବି ଅଦେଇତ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ଭୁବନାନନ୍ଦ ଦାସ,ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶ, ସୁରେଶ ଚନ୍ଦ୍ର ପରିଡା,ଅଜୟ କୁମାର ମହାନ୍ତି,ସରୋଜ କୁମାର ମହାନ୍ତି,ପୁଲିନ ମିଶ୍ର ପ୍ରମୁଖ ଯୋଗଦେଇ ଭୁବନାନନ୍ଦ ପଟ୍ଟନାୟକ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଅନେକ ପୂର୍ବତନ ଛାତ୍ର ଯୋଗଦେଇଥିଲେ।