ଜାଗା ମିଶନ ଅଧୀନରେ ଲୋକଙ୍କୁ ଘର ଓ ବାସସ୍ଥାନ ଯୋଗାଇଦେବାପାଇଁ ଶୁଭ ଦେଲେ ଜିଲ୍ଲାପାଳ

Udaya_Labanya | September 10, 2021 | 44 views |0 | Breaking News

ଢେଙ୍କାନାଳ(ଉଲାପ୍ର)ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ସହରର କୋରିହଁ। ଜୁଆଙ୍ଗ ସାହିର ଜରିଗୋଟାଳି,ଭୂମିହୀନ 48 ଲୋକଙ୍କୁ ଜାଗାମିଶନ ଜରିଆରେ ବାସସ୍ଥାନ, ପାଇଖାନା, ବିଜୁଳି ଆଲୋକ, ପ୍ରମୋଦ ଉଦ୍ୟାନ ଆଦି ଯୋଗାଇଦେବା ପାଇଁ ଆଜି ଢେଙ୍କାନାଳର ମାନ୍ୟବର ଜିଲ୍ଲାପାଳ ସରୋଜ କୁମାର ସେଠୀ ଭୂମି ପୂଜନ କରିଛନ୍ତି । ସହରର ଭୂମିହୀନ ମାନଙ୍କୁ ସ୍ଥାୟୀତ୍ୱ ବାସସ୍ଥାନ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଯୋଜନା ରହିଛି ,ସେଇ ଯୋଜନା ଆଧାରରେ ଢେଙ୍କାନାଳର କୋରିହଁ। କାଠଗଡ଼ା ଜୁଆଙ୍ଗ ସାହି, ବନମାଳୀ ପ୍ରସାଦ ରେ ମଧ୍ୟ ଏହି କାର୍ଯ୍ୟ ଆଗକୁ କାର୍ଯ୍ୟକାରୀ କରାଯିବ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ମତ ଦେଇଛନ୍ତି । ସ୍ଥାୟୀ ବାସିନ୍ଦା ମାନେ ସରକାରଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ଶିଶିର କୁମାର ମଲ୍ଲିକ ଢ଼କୁଣିଆ ସାହି ର ସଭାପତି ସରକାରଙ୍କର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଷ୍ଟେସନ ବଜାରର ସଂଜୀବ କଲୋନୀ ର ବାସିନ୍ଦା ଜାଗର ବେହେରା ସରକାରଙ୍କର ଏଭଳି କାର୍ଯ୍ୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ପୋୖରାନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ,ପୌରପାଳିକ ଯନ୍ତ୍ରୀ ରଶ୍ମିତା ମିଶ୍ର ଏବଂ ମୁନ୍ସୀପଲଟି ର ସମସ୍ତ କର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 3 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 107 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories