ମହିୟସୀ ମହିଳା ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ

Udaya_Labanya | September 11, 2021 | 17 views |0 | Breaking News


ଜଗନ୍ନାଥ ପ୍ରସାଦ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ପାଟରାପଲ୍ଲୀ ରେ ଆଜି ସପ୍ତମ ଶ୍ରାଦ୍ଧ ବର୍ଷିକରେ ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ନାୟକ ପରିବାର ପକ୍ଷରୁ ପାଟରାପଲ୍ଲୀ ରେ ଏକ ସାଧାରଣ ସଭା ଆୟୋଜନ କରି ସୁକାନ୍ତିଙ୍କ ସ୍ମୃତି କୁ ମନେପକା ଯାଇଛି । ସାମାଜିକ କର୍ମୀ, ରାଜନୀତି ରେ ପଦାର୍ପଣ କରି ଲୋକଙ୍କ ସେବା କରିବା ସହ ସେ କବିତା ଲେଖିବା ପ୍ରତି ରୁଚି ରଖିଥିଲେ । ତାଙ୍କ ସ୍ୱାମୀ ସୋମନାଥ ନାୟକ , ପୁଅ ସମୀର ନାୟକ ଆଇନଜୀବୀ ଭାବେ ବେଶ ପରିଚିତ । ନିଜ ଗାଁ ପାଟରାପଲ୍ଲୀ ଠାରେ ଥିବା ସ୍ଥାନରେ ଏକ ସୁନ୍ଦର ଗୃହ ପ୍ରସ୍ତୁତ କରି ସେଠାରେ ଶ୍ରୀମତୀ ସୁକାନ୍ତି ଦେବୀଙ୍କ ଏକ ମୃଣ୍ମୟ ପ୍ରତିମୂର୍ତି ସ୍ଥାପନା କରିଛନ୍ତି । ଏଥିରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇ ଆୟୋଜିତ ସାଧାରଣ ସଭାରେ ସୁକାନ୍ତି ଙ୍କ ସ୍ମୃତି ଚାରଣ ରୂପକ ତାଙ୍କ ପ୍ରତ୍ୟକ କଥାକୁ ମନେ ପକାଇଥିଲେ । କମ୍ବୁପାଣି ସାମନ୍ତ ଙ୍କ ସଭାପତିତ୍ୱ ରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବାନନ୍ଦ ପଣ୍ଡା, ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି, ଡ଼ଃ. କୁମୁଦ ଚନ୍ଦ୍ର ବେହେରା, ରବିନ୍ଦ୍ର ଆଚାର୍ଯ୍ୟ, ଗୌରହରି ସ୍ୱାଇଁ, ଲିଙ୍ଗରାଜ ଜେନା, ପୃଥ୍ୱୀରାଜ ସିଂ ଙ୍କ ସମେତ ଶତାଧିକ ଭଦ୍ର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ପ୍ରତାପୁର, କୁଡୁତାଇ ଅଂଚଳର ଅନେକ ବ୍ୟକ୍ତି ଯୋଗଦାନ ଦେଇ ଥିଲେ । ଶେଷରେ ସୋମନାଥ ନାୟକ ତାଙ୍କ ଉଧେଷ୍ୟରେ ରଚିତ କବିତା ଛଳ ଛଳ ନୟନରେ ପାଠ କରିଥିଲେ । ଏଥିରେ ତାଙ୍କ ପରିବାରର ଅନ୍ୟ ପୁଅ, ବୋହୁ ଓ ସମ୍ପର୍କୀୟ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 99 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories