#Breaking News

ଓଡ଼ାପଡା ବ୍ଲକ ପରିଦର୍ଶନ କଲେ କିଷାନ କଂଗ୍ରେସ ର ରାଜ୍ୟ ଅଧକ୍ଷ ଅମୀୟ ପଟ୍ଟନାୟକ

ଢେଙ୍କାନାଳ,ଏକଦିନିଆ ଢେଙ୍କାନାଳ ଗ୍ରସ୍ଥରେ ଆସିଥିଲେ ପ୍ରଦେଶ କିଷାନ କଂଗ୍ରେସର ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ । ଆଜି ଶ୍ରୀଯୁକ୍ତ ଅମୀୟ କୁମାର ପଟ୍ଟନାୟକ ଓଡ଼ାପଡା ବ୍ଲକ୍ ର ବିଭିନ୍ନ ପଂଚାୟତ ବୁଲି କୃଷିକ୍ଷେତ୍ର ପରିଦର୍ଶନ କରି କୃଷକ ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହିବର୍ଷ ବର୍ଷାର ଅଭାବ ହେତୁ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ ରେ ଜଳ ସମସ୍ୟା ଦେଖାଯିବା ସହ କୃଷିକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ କୃଷକ ନେତାମାନଙ୍କ ସହ ଆଲୋଚନା କରିବା ସହ ଢେଙ୍କାନାଳର ଜିଲ୍ଲାପାଳଙ୍କ ସହ କୃଷକ ସମସ୍ୟା ନେଇ ଆଲୋଚନା କରିଥିଲେ । ଏଥସହ କୃଷକ ମାନଙ୍କୁ ବିହନ ବୀମା ପ୍ରଦାନ, ରବି ଫସଲ ପାଇଁ ମାଗଣା ବିହନ ବଣ୍ଟନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବାପାଇଁ ସରକାରଙ୍କ ପାଖରେ ଦାବି ପ୍ରଦାନ କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ । ଆଜି ର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଜିଲ୍ଲା କଁ8କିଷାନ କଂଗ୍ରେସ ର ସଭାପତି ବିପ୍ରବର ସାହୁ ନ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

Udayalabanya septembar 12 to 18

Leave a comment

Your email address will not be published. Required fields are marked *