#Breaking News

ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ


ବରଗଡ: ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ । ମାଆର ଶବ ସତ୍କାର କରିବା ପାଇଁ ମନାକଲା। ଦୀର୍ଘ ୧୫ଘଣ୍ଟା ମୃତ ଦେହ ପଡ଼ିରହିଲା ପରେ ସ୍ବେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ସଂସ୍କାର କରିଥିଲେ।
ଘଟଣା ଘଟିଛି ବରଗଡର ଘରୋଇ ବସଷ୍ଟାଣ୍ଡ ପଛପଟେ ଥିବା ଝୁପୁଡି ପଡ଼ାରେ । ପ୍ରାୟ 60ବର୍ଷୀୟା ମଲି
ମିର୍ଦ୍ଧା ଅନେକ ଦିନରୁ ଶଯ୍ୟାଶାୟୀ ଥିଲେ। ନୂଆଁଖାଇ ପୂର୍ବ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସମୟରେ ପାଖରେ ତାଙ୍କର ସ୍ୱାମୀ ମୁକୁନ୍ଦ ମିର୍ଦ୍ଧା ଓ ତାଙ୍କର ଝିଅ ସଞ୍ଜୁ ମିର୍ଦ୍ଧାଙ୍କ ଶବ ପାଖରେ ବସି ରହିଥିଲେ ।
ହେଲେ ପୁଅ ପାଖରେ ରହୁନଥିବା ଯୋଗୁଁ ପୁଅକୁ ମାଆର ମୃତ୍ୟୁ ଖବର ଦେଇଥିଲେ। ତେବେ ସେ ନୂଆଁଖାଇ ଦିନ ପୂଜା ପର୍ବାଣୀ ଦିନ ଆସିପାରିବେ ନାହିଁ ବୋଲି ମନା କରିଦେଇଥିଲେ । ଏପରିକି ନୂଆଁଖାଇ ଦିନ ହୋଇଥିବାରୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ଆସିନଥିଲେ । ତେଣୁ ନିରୁପାୟ ହୋଇ ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ଘରେ ପଡି ରହିଥିଲା ମିଲି ମିର୍ଦ୍ଧା ଙ୍କ ମୃତ ଶରୀର ।
ପରେ ପଡା ବାସୀଙ୍କଠୁ ଖବର ପାଇଁ ସଂକଲ୍ପ ପରିବାରର ସଦସ୍ୟ ଗତକାଲି ସକାଳ ୯ଟା ସମୟରେ ତାଙ୍କ ଘରକୁ ପହଞ୍ଚି ଥିଲେ । ସଂକଲ୍ପ ରଥ ସାହାଯ୍ୟରେ ମୃତଦେହ ଆଣି ସ୍ଥାନୀୟ ଜୀରା ନଦୀ ତଟରେ ଥିବା ସ୍ମସାନ ରେ ସତ୍କାର କରିଥିଲେ ।

Leave a comment

Your email address will not be published. Required fields are marked *