ବେହେରା ପାଲି ଗ୍ରାମ ରେ ନୂଆଁଖାଇ ଉତ୍ସବ

Udaya_Labanya | September 12, 2021 | 13 views |0 | Breaking News

ବରଗଡ଼ ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଅତିଥି ମାନେ ମାଁ ସମଲେଇ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଗ୍ରାମ ର ବରିଷ୍ଠ ନାଗରିକ ଅଧିକାରୀ ସାହୁ, ଡମ୍ବରୁଧର ଭୁଏ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସୋହେଲା ବ୍ଲକ ଟପର ପ୍ରିତୀଶ କୁମାର ସାହୁ, କନଗାଁ ଉଚ୍ଚ ବିଦ୍ୟାଳୟ ଟପର ଶ୍ରୀତମ ମେହେର, ଏନ ଏମ ଏସ ଏସ ପାଇଥିବା ଋତୁପର୍ଣ୍ଣା ସାହୁ, ନିତିନ ବରିହା, ପଞ୍ଚମ ବୃତ୍ତି ପାଇଥିବା ପାର୍ଥ ସାରଥି ସାହୁ, ରାଜେଶ ମେହେର, ଉଦ୍ଯାନ କୃଷକ ବାଳକୃଷ୍ଣ ଧୀବର, ଭାଗବତ ଗାୟକ ରାଜେନ୍ଦ୍ର ସାହୁ, ସଞ୍ଜୀବ ସାହୁ ଏବଂ ରକ୍ତ ଦାତ୍ରୀ କୋଶଲ୍ଯା ମେହେର ଙ୍କୁ ମାନ ପତ୍ର ରପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କେଦାରନାଥ ସାହୁଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିବା ବେଳେ ଶେଷରେ ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories