#Breaking News

ଅର୍ଥାଭାବ ଯୋଗୁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୋୖରୀ ସୁନା


ବରଗଡ଼: ନିମିଶକେ ବଦଳି ଯାଏ ଜୀବନ ର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ ଏପରି ଏକ ଘଟଣା ଘଟିଛି ଗୌରୀ ସୁନା ଙ୍କ ସହ । ଗତ ୨୬.୦୭.୨୦୨୧ ଶନିବାର ଦିନ ର ଘଟଣା ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲି ର ବସିନ୍ଧା ଗୋୖରୀ ସୁନା, ବୟସ ୫୦ ବର୍ଷ । ପୌର ପରିଷଦ ର ଜଣେ ସୁଇପର ଠିକା ଶ୍ରମିକ ଭାବେ କାମ କରନ୍ତି । ନିଜ ଦୈନନ୍ଦିନ କାର୍ଯ୍ୟ ସାରି ଘରକୁ ଫେରିବା ବାଟ ରେ ହଠାତ ଟ୍ରେନ ଦୁର୍ଘଟଣାରେ ହାତ ଓ ଗୋଡ ହରାଇଲେ ଗୋୖରୀ । ଚିକିତ୍ସା ପାଇଁ ସର୍ବସ୍ୱ ହରାଇ ଥିବା ଗୌରୀ ଏଥର ଅର୍ଥାଭାବ ଯୋଗୁ ନୂଆଖାଇବା ରୁ ବଂଚିତ ହୋଇଛନ୍ତି । ସରକାରଙ୍କ ତରଫରୁ କୌଣସି ସହାୟତା ପାଇନଥିବା କହନ୍ତି ଗୌରୀ । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ବେଳେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ପଡିଛନ୍ତି ଗୋୖରୀ । ଆଗକୁ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ସେପଟେ ଗୋୖରୀ ଅନ୍ ଫିଟ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସାଟିଫିକେଟ ଦେଉ ନ ଥିବାରୁ ଇପିଏଫ ସହାୟତା ମିଳିପାରୁ ନାହିଁ ବୋଲି ତାଙ୍କ ପୁଅ ଦୁର୍ଲଭ ସୁନା କହିଛନ୍ତି । ଗରିବ ର କେହି ନାହିଁ ବୋଲି ନିଜ ଭାଗ୍ୟ କୁ ଆଦରି ବସିଛନ୍ତି ଗୋୖରୀ ଓ ପରିବାର ।

Leave a comment

Your email address will not be published. Required fields are marked *